ଥୁଆମୂଳ ରାମପୁରରେ ବିଜୁ ଜନତା ଦଳର ୨୭ତମ ପ୍ରତିଷ୍ଠା ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ଥୁଆମୂଳ ରାମପୁର (ପ୍ରଦୀପ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରେ ବିଜେଡି ପକ୍ଷରୁ ବିଜୁ ଜନତା ଦଳର ୨୭ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀ ସ୍ତରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଥୁଆମୂଳ ରାମପୁର ବିଜେଡି ବ୍ଳକ ସଭାପତି  କପିଳାସ ନାଏକଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି ନିର୍ବାଚନ ମଣ୍ଡଳୀ ଅଧିନ ଥୁଆମୂଳ ରାମପୁର ସମେତ ଲାଞ୍ଜିଗଡ, ଜୟପାଟଣା ଏବଂ ଭବାନୀପାଟଣା ବ୍ଲକର ବହୁ ନେତା ଓ କର୍ମୀ ଯୋଗଦେଇଥିଲେ। ମୁଖ୍ଯ ଅତିଥି ଭାବେ ରାଜ୍ଯ ସଭା ସାଂସଦ  ସୁଜିତ କୁମାର, ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସ୍ବତନ୍ତ୍ର ଉନ୍ନୟନ ପରିଷଦ ସଦସ୍ୟ  ଶିବାଜୀ ମାଝୀ, ବ୍ଳକ ଅଧ୍ଯକ୍ଷ ଦୟାନିଧି ମାଝୀ, ବିଧାୟକ ପ୍ରତିନିଧି ମାଣିକ୍ଯ ଚନ୍ଦ୍ର ନାଏକ, ପୂର୍ବତନ ବ୍ଳକ ଉପାଧ୍ୟକ୍ଷ ଗୋବିନ୍ଦ ପ୍ରଧାନୀ, ବ୍ଳକ ଅଧ୍ଯକ୍ଷା ଜୟନ୍ତୀ ମାଝୀ, ଜିଲ୍ଲା ପରିଷଦ ସଭ୍ଯା  ଟୁନି ଖୋଲ୍ଲା, ଜିଲ୍ଲା ପରିଷଦ ପ୍ରମିଳା ମାଝୀ, ବ୍ଲକ ମହିଳା ସଭାନେତ୍ରି କସ୍ତୁରୀ ପାଣିଗ୍ରାହୀ, ଯୋଶୋବନ୍ତି ନାଏକ, ଜୋନ ସଭାପତି କୃଷ୍ଣ ଚନ୍ଦ୍ର ସାହୁ, ଧନସିଂ ମାଝୀ,ଲାଞ୍ଜିଗଡ ବ୍ଳକ ବିଜେଡି ସଭାପତି ହିମାଦ୍ରି ପେସନିଆ, ଲାଞ୍ଜିଗଡ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ କମଳା ପାତ୍ର, ଯୁବ ସଭାପତି ଡିଲେସ ନାଗ, ଆମ ଓଡିଶା ନବୀନ ଓଡିଶାର ଜିଲ୍ଲା ସଂଯୋଜକ ବଦ୍ରୀ ପଟ୍ଟନାୟକ, ଜୟପାଟଣା ବ୍ଲକ ସଭାପତି ମିନକେତନ ପୁଝାରୀ, ଯୁବ ସଭାପତି ଅମ୍ବୁଜ ଧଙ୍ଗଡାମାଝୀ, ଭବାନୀପାଟଣା ଜୋନ ସଭାପତି ବିଜୟ ମାଝୀ, ଥୁଆମୂଳ ରାମପୁର ବ୍ଳକ ବିଜେଡି ଯୁବ ଛାତ୍ର ସଭାପତି ସୁଜନ ନାଏକଙ୍କ ସମେତ ବ୍ଳକର ବହୁ ଜନ ପ୍ରତିନିଧି ମାନେ ଉପସ୍ଥିତ ରହିଥିଲେ।

Udyog Nursery
Udyogi Nursery

ପ୍ରତିଷ୍ଠା ଦିବସରେ ଓଡିଶାର ବରପୁତ୍ର ବିଜୁ ବାବୁଙ୍କ ଜୀବନୀ ଉପରେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିମାନେ ତାଙ୍କ ବକ୍ତବ୍ୟ ବିଜୁ ବାବୁଙ୍କ ଗୁଣଗାନ କରିଥିଲେ। ଦୀର୍ଘ ୨୬ ବର୍ଷର ନିରନ୍ତର ସେବା ଏବଂ ନବୀନ ସରକାରଙ୍କ ସ୍ବଚ୍ଛ ଶାସନ ଓଡିଶା ବାସୀଙ୍କ ପାଇଁ ଆସ୍ଥା ଓ ବିଶ୍ବାସର ପ୍ରତୀକ ସାଜିପାରିଛି ବିଜୁ ଜନତା ଦଳ। ବିଜୁ ବାବୁଙ୍କ ସ୍ବପ୍ନର ଓଡିଶାକୁ ସାକାର କରିବାରେ ସଫଳ ହୋଇଥିବା ଏହି ଦଳ ପୁନଶ୍ଚ ଆଗାମୀ ନିର୍ବାଚନରେ ଅନୁରୂପ ସଫଳତା ପାଇବ ବୋଲି ମଞ୍ଚାସୀନ ନେତୃ ମଣ୍ଡଳୀ ଦୃଢତାର ସହିତ ବିଶ୍ୱାସ ପ୍ରକଟ କରିଛନ୍ତି।

ଏଥିପାଇଁ ସମସ୍ତ କର୍ମୀ ଏବଂ ନେତା ମାନଙ୍କୁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ପଡିବ ଏଥିପାଇଁ ସାଂଗଠାନିକ ସଂକଳ୍ପ ଜରୁରୀ। ଏଥିସହିତ ନବୀନ ପଟ୍ଟନାୟକଙ୍କ ସରକାର ର ପ୍ରତ୍ୟେକ ଯୋଜନା ଏବଂ ଏହାର ଲକ୍ଷ୍ୟ ସାଧାରଣ ଲୋକଙ୍କୁ ଅବଗତ କରାଇବା ନେଇ କର୍ମୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଏହି ମିଶ୍ରଣ ପର୍ବରେ ଜୟପାଟଣା ବ୍ଳକ, ଥୁଆମୂଳ ରାମପୁର ବ୍ଳକ, ଭବାନୀପାଟଣା ବ୍ଳକର ବହୁ ବିଜେପି ଓ କଂଗ୍ରେସ କର୍ମୀ ନିଜ ଦଳ ଛାଡି ବିଜେଡ଼ିରେ ସାମିଲ ହୋଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.