ଟୁରିଷ୍ଟ ବସ ଦୁର୍ଘଟଣା: ୨୦ ଛାତ୍ରଛାତ୍ରୀ ଆହାତ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ବ୍ଲକ ନିକଟ କେନପୁର ପଞ୍ଚାୟତ ବଲିଆ ଠାରେ ବସ ଦୁର୍ଘଟଣାରେ ୨୦ ଆହାତ | ଘଟଣାରୁ ଜଣା ପଡିଛି ଯେ ବାଲେଶ୍ୱର ଠାରୁ ଏକ କମ୍ପୁଟର ଇନଷ୍ଟିଚ୍ୟୁଟର ୪୦ ଜଣ ଛାତ୍ରଛାତ୍ରୀଙ୍କୁ ଧରି ଗତ କାଲି ପାହାନ୍ତିଆ ସମୟରେ ମା ତାରା ତାରିଣୀଙ୍କ ପାଦ ଦେଶରେ ପହଞ୍ଚି ଥିଲେ | ସକାଳେ ବସ ଯୋଗେ ମାଙ୍କ ପୀଠକୁ ଯାଇ ଦର୍ଶନ କରିବା ସହିତ ପୂଜାର୍ଚନା କରିଥିଲେ | ମାଆଙ୍କ ଦର୍ଶନ ସାରି ଚିଲିକା ଅଭିମୁଖେ ଯାଉଥିଲା ବେଳେ ବାଲିଆ ନିକଟ ଖରଖରି ବ୍ରିଜ ନିକଟରେ ଡ୍ରାଇଭରଙ୍କ ଅସବଧାନତା ଯୋଗୁଁ ଦୁର୍ଘଟଣା ଘଟି ତଳକୁ ଖସି ଯାଇଥିଲା କିନ୍ତୁ ମା ଙ୍କ ଅପାର କରୁଣା ରୁ ସମସ୍ତେ ବଞ୍ଚି ଯାଇଥିଲେ | ଆହାତ ହୋଇ ଥିବା ଛାତ୍ର, ଛାତ୍ରୀ ମାନେ ହେଲେ ଚିନ୍ମୟୀ ବେହେରା17ବର୍ଷ, ଦମୟନ୍ତୀ ନାୟକ 19ବର୍ଷ, ସ୍ୱପ୍ନା ବତୀ ମହାଲିକ 18ବର୍ଷ, ବାଦଲ ମହାଲିକ16ବର୍ଷ, ସନ୍ତୋଷ କୁମାର ବେହେରା 24ବର୍ଷ, ଦୀପା ବେହେରା 18ବର୍ଷ, ଭକ୍ତି ରଞ୍ଜନ ବିଶ୍ୱାଳ18 ବର୍ଷ, ମଧୁସ୍ମିତା ସାହୁ 22ବର୍ଷ, ଶାରଳା ବେହେରା 22ବର୍ଷ, ରାଜ ଲକ୍ଷ୍ମୀ ବେହେରା 22 ବର୍ଷ ଆହାତ ହୋଇଛନ୍ତି । ବସ ଦୁର୍ଘଟଣା ପରେ ୨୦ ରୁ ଉର୍ଦ୍ଧ ଆହତ ଯାତ୍ରୀଙ୍କୁ ସ୍ଥାନୀୟ ସରପଞ୍ଚ ରାଜଲକ୍ଷ୍ମୀ ବେହେରା, ତାଙ୍କ ସ୍ୱାମୀ ଓ ସମାଜ ସେବୀ ଏନ ରାମଚନ୍ଦ୍ର ରେଡି, ପୂର୍ବତନ ସରପଞ୍ଚ ରବୀନ୍ଦ୍ର ବେହେରା ଓ କିଛି ଅଞ୍ଚଳବାସୀ, ଅଗ୍ନିଶମ ବିଭାଗ, ପୁଲିସ, ସ୍ଥାନୀୟ ପ୍ରଶାସନ ସହଯୋଗରେ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ପୁରୁଷୋତ୍ତମପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ୨ଜଣ ଙ୍କ ଅବସ୍ଥା ଗୁରୁତର ଗୁରୁତର ଥିବାରୁ ତାଙ୍କୁ 108 ଯୋଗେ ବ୍ରହ୍ମପୁର ନିଆଯାଇଥିଲା | ମେଡିକାଲ ରେ ଏନଏସିର ଉପା ଧକ୍ଷା କୃଷ୍ଣ ଚନ୍ଦ୍ର ପଣ୍ଡା, କାଉନ ସିଲର ବିଶ୍ୱ ଭୂଷଣ ମହାପାତ୍ର, କେ ପ୍ରମୋଦ କୁମାର ଆଚାରୀ, ରଞ୍ଜନ ବେହେରା, ଲିଙ୍ଗରାଜ ବେହେରା, କିଶୋର ଚନ୍ଦ୍ର ସାହୁ ଓ କିଛି ସାମ୍ବାଦିକ ଓ ଯୁବକ ଙ୍କ ସହଯୋଗ ରେ ତାଙ୍କୁ ସମାଜ ସେବୀ ରାମଚନ୍ଦ୍ର ରେଡି ଙ୍କ ପୁରୁଷୋତ୍ତମପୁର ବାସ ଭବନରେ ରଖା ଯାଇ ସେମାନଂକୁ ଖାଦ୍ୟ, ପାନୀୟ ର ବ୍ୟବସ୍ଥା କରି ସହଯୋଗ କରିଥିଲେ | ଏମାନଙ୍କ ଏହି ସେବା କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରୁଛନ୍ତି | ବାକି ସମସ୍ତଙ୍କ ସ୍ୱାସ୍ଥ୍ୟ ବସ୍ତା ଭଲ ଅଛି |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.