ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲାର କନେଷ୍ଟବଲ ଓ ହାବିଲଦାର ସଂଘ ର ନିର୍ବାଚନ ଫଳାଫଳ ଆଜି ପ୍ରକାଶ ପାଇଛି। ଦିନେଶ ମିଶ୍ର ସଙ୍ଘ ର ସଭାପତି ଓ ରଞ୍ଜିତ ପ୍ରଧାନ ହେଲେ ସଂପାଦକ। ହାବିଲଦାର ଦିନେଶ ମିଶ୍ର ତାଂକ ନିକଟତମ ପ୍ରତିଦ୍ବନ୍ଦୀ କୁମୁଦ ରଂଜନ ମେହେରଙ୍କ ଠାରୁ ୧୦ ଖଣ୍ଡ ଭୋଟ ଅଧିକ ପାଇ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ସେହିପରି ସମ୍ପାଦକ ଭାବେ କନଷ୍ଟେବଳ ରଞ୍ଜିତ ପଧାନ ନିକଟତମ ପ୍ରତିଦ୍ବନ୍ଦୀ ନରସିଂହ ତରିଆଙ୍କୁ ୨୭ ଖଣ୍ଡ ଭୋଟ ରେ ପରାସ୍ତ କରିଥିବା ବେଳେ ଉପ ସଭାପତି ଭାବେ ବିଦ୍ୟାଧର ଧରୁଆ, କୋଷାଧ୍ୟକ୍ଷ ଭାବେ ଯଦୁନାଥ ଦଣ୍ଡିଆ, ସାଧାରଣ ସମ୍ପାଦକ ଭାବେ ସୁରେଶନ ଡୁଙ୍ଗଡୁଙ୍ଗ, କାର୍ତ୍ତିକେଶ୍ୱର ରାଉତ, ବିଜୟୀ ହୋଇଛନ୍ତି ।