ସମ୍ମାନୀତ ହେଲା ଡୋକରୀ ଚଞ୍ଚରା ଉନ୍ନୟନ ସମିତି

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ପ୍ରାକ ଐତିହାସିକ ଯୁଗର ସ୍ବାକ୍ଷର ବହନ କରୁଥିବା ପର୍ଯ୍ୟଟନ ସ୍ଥଳୀ ଗୁଡହାଣ୍ଡି ଡୋକରୀଚଞ୍ଚରାର ଉନ୍ନୟନ ସମିତି ୨୬ତମ ଜିଲ୍ଲାସ୍ତରୀୟ କଳାହାଣ୍ଡି ଉତ୍ସବ ‘ଘୁମୁରା’ ଅବସରରେ ଭବାନୀପାଟଣାଠାରେ ସମ୍ମାନିତ ହୋଇଛି। ଉକ୍ତ ପର୍ଯ୍ୟଟନ ସ୍ଥଳୀ ଐତିହାସିକ ଓ ପ୍ରତ୍ନତାତ୍ବିକ ଦୃଷ୍ଟିରୁ ସାରା ଦେଶରେ ପରିଚତ ହେବାସହ ନିଜର ସ୍ବତନ୍ତ୍ରତା ପ୍ରତିପାଦନ କରିପାରିଛି। ଏଠାକାର ଶ୍ରୀରାମ ମନ୍ଦିର ସହ ଡୋକାରୀଗୁଡି, ଡୋକରୀଗୁମ୍ଫା ଆଦି ସ୍ଥାନକୁ ସ୍ବଚ୍ଛ, ସୁନ୍ଦର ଆଧ୍ୟାତ୍ମିକ କରିବାରେ ଗୁଡହାଣ୍ଡି ଡୋକରୀଚଞ୍ଚରା ଉନ୍ନୟନ ସମିତି ସଦା ତତ୍ପରତା ଦେଖାଇ ଆସିଛି। ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ଆୟୋଜିତ ଜିଲ୍ଲାସ୍ତରୀୟ କଳାହାଣ୍ଡି ଉତ୍ସବ ‘ଘୁମୁରା’ର ଉଦଯାପନି ସନ୍ଧ୍ୟାରେ କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ବେଷା ରେଡୀ ମାନପତ୍ର ଦେଇ ଉନ୍ନୟନ ସମିତିକୁ ସମ୍ମାନିତ କରିଛନ୍ତି। ଉନ୍ନୟନ ସମିତି ପକ୍ଷରୁ ଆଦିତ୍ୟ କୁମାର ପଣ୍ଡା ଉକ୍ତ ସମ୍ମାନ ପତ୍ର ଗ୍ରହଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.