ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ପୁରା ଭାରତ ଜଗିଛି ଜାନୁଆରି ୨୨ ତାରିଖ ରେ ହେବାକୁ ଯାଉଥିବା ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମ ଙ୍କ ପ୍ରାଣପ୍ରତିଷ୍ଠା ଦିନକୁ | ପବିତ୍ର ଅକ୍ଷତ,ନିମନ୍ତ୍ରଣ ପତ୍ର, ଅଯୋଧ୍ୟା ର ଭବ୍ୟ ମନ୍ଦିର ରେ ତୈଳଚ୍ଚିତ୍ର କୁ ଘର ଘର ପହଞ୍ଚାଇବା କାମ ରାମ ଭକ୍ତଙ୍କ ଦ୍ୱାରା ଚାଲିଛି | ସେଇଦିନ କିଏ ଦୀପ ଜଳେଇବ ତ କିଏ, ଘର ଦାଣ୍ଡରେ ମୁରୁଜ ପକାଇବ, ଆଉ କିଏ କୀର୍ତନ କରି ଶ୍ରୀରାମ ଙ୍କୁ ସ୍ୱାଗତ କରିବା ପାଇଁ ଯୋଜନା ମାନ ଆରମ୍ଭ କରିଛନ୍ତି | ସେଇପରି ରାୟଗଡା ସହର ରେ ଥିବା ରାମ ନବମୀ ଉତ୍ସବ କମିଟି ଜ଼ିଲ୍ଲା ରେ ଯେପରି ୨୨ ତାରିଖ ଦିନ ମନ୍ଦିର ପ୍ରତିଷ୍ଠା ଦିନରେ ଶ୍ରୀରାମ ଙ୍କ ସନ୍ନମାନ ରେ ମଦ ଦୋକାନ ସବୁ ବନ୍ଦ ହେବ ତାହାପାଇଁ ଚେଷ୍ଟା ଆରମ୍ଭ କରିଛି | ଆଜି ଶ୍ରୀରାମ ନବମୀ ଉତ୍ସବ କମିଟି ତରଫରୁ ସମ୍ପାଦକ ଶ୍ରୀ ଅଜୟ ଚୂଲେଟ ଙ୍କ ନେତୃତ୍ୱରେ ଏକ ଦାବିପତ୍ର ଜ଼ିଲ୍ଲାପାଳ ଙ୍କ ଉଦେଶ୍ୟରେ ଦିଆଯାଇଛି | ଉକ୍ତ ଦାବି ପତ୍ର ରେ ଅଯୋଧ୍ୟା ର ଭବ୍ୟ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଦିନ ତଥା ଜାନୁଆରୀ ୨୨ ତାରିଖରେ ଜ଼ିଲ୍ଲା ରେ ଯେପରି ସମସ୍ତ ମଦ ଦୋକାନ ବନ୍ଦ ରହୁ ତାହାପାଇଁ ଜ଼ିଲ୍ଲାପାଳ ଙ୍କୁ ସମସ୍ତ ମଦଦୋକାନ କୁ ନିର୍ଦେଶ ଜାରି କରିବାପାଇଁ କମିଟି ତରଫରୁ ଅନୁରୋଧ କରାଯାଇଛି |ଜ଼ିଲ୍ଲାପାଳ ଙ୍କ ଅନୁପସ୍ଥିତି ରହିଥିବା ଯୋଗୁଁ ଦାଇତ୍ୱ ରେ ଥିବା ଅଧିକାରୀ ଙ୍କ ମାଧ୍ୟମରେ ଜ଼ିଲ୍ଲାପାଳ ଙ୍କୁ ଦାବିପତ୍ର ଦିଆଯାଇଛି | ଉକ୍ତ ଦାବିପତ୍ର ଦେବା ସମୟରେ କମିଟି ତରଫରୁ ଶ୍ରୀ ଶ୍ୟାମ କୁମାର ଦାଶ, ଶ୍ରୀ ବିଦ୍ୟା ଭୂଷଣ ପଣ୍ଡା, ଶ୍ରୀମତୀ ମଞ୍ଜୁଳା ମିନିଆକା, ଶ୍ରୀ ଗୌର ଚନ୍ଦ୍ର ନାୟକ, ଶ୍ରୀ ପି କ୍ରିଷ୍ଣା, ଶ୍ରୀ ବିଜୟ ଚୂଲେଟ, ଶ୍ରୀ ଅଜୟ ଅସରାନୀ, ଶ୍ରୀ ଚିଣ୍ଟୁ ଚୌଧୁରି ପ୍ରମୁଖ ଉପସ୍ଥିତ ଥିଲେ | ସୂଚନା ଥାଉ କି ଯେ କେନ୍ଦ୍ରାପଡା ଜ଼ିଲ୍ଲା ରେ ମନ୍ଦିର ପ୍ରତିଷ୍ଠା ଦିନ ସମସ୍ତ ମଦ ଦୋକାନ ବନ୍ଦ କରିବାକୁ ଜ଼ିଲ୍ଲାପାଳ ନିର୍ଦେଶ ଜାରି କରିଛନ୍ତି |