ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ୍ ବସ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଶ୍ରଦ୍ଧା ଶ୍ରୀକ୍ଷେତ୍ର ରାୟଗଡାରୁ ଗଡିଲା ପୁରୀ ଶ୍ରୀକ୍ଷେତ୍ରକୁ ବସ୍

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଅପରାହ୍ନରେ ଶୁଭାରମ୍ଭ କରିଛନ୍ତି ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ୍ ଯୋଜନା । ଏହି ଯୋଜନାର ପ୍ରଥମ ପର୍ଯ୍ୟାୟରେ ୧୨ଜିଲ୍ଳା ମଧ୍ୟରେ ରାୟଗଡା ଜିଲ୍ଳା ସାମିଲ ହୋଇଥିବାରୁ ଶ୍ରଦ୍ଧା ଶ୍ରୀକ୍ଷେତ୍ର ରାୟଗଡାରୁ ପୁରୀ ଶ୍ରୀକ୍ଷେତ୍ରକୁ ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ୍ ବସ ସେବାର ଭର୍ଚୁଆଲ୍ ମାଧ୍ୟମରେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାୟଗଡା ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ, ଜିଲ୍ଳା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଶ୍ରୀମତି ଅନୁସୂୟା ମାଝି, ଜିଲ୍ଳା ପରିଷଦ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ନିହାର ରଂଜନ କହଁର, ଉପଜିଲ୍ଳାପାଳ ଶ୍ରୀମତି ସଂଘମିତ୍ରା କଲ୍ୟାଣୀ ଦେବୀ, ଅତିରିକ୍ତ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ବିଷ୍ଣୁପ୍ରସାଦ ପାତ୍ର ପ୍ରମୁଖ ମଂଚାସୀନ ହୋଇଥିଲେ ।

ଆଂଚଳିକ ପରିବହନ ଅଧିକାରୀ ଶିବ ଶଙ୍କର ଚୈାଧୁରୀଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଯୋଗ ଦେଇଥିଲେ । ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ୍ ବସ ରାଜ୍ୟର ସମସ୍ତ ଜିଲ୍ଳାରୁ ଆଗାମୀ ଦିନରେ ପୁରୀକୁ ଯାତାୟାତ କରିବାକୁ ଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ରାୟଗଡା, ବଲାଙ୍ଗିର, ମାଲକାନଗିରି, ଜୟପୁର, ନବରଙ୍ଗପୁର, ଭବାନୀପାଟଣା, ନୂଆପଡା, ବରଗଡ, ପାରଳାଖେମୁଣ୍ଡି, ସମ୍ବଲପୁର, ଝାରସୁଗଡା, ସୁନ୍ଦରଗଡ ଭଳି ୧୨ଟି ସ୍ଥାନରୁ ଏହି ବସ ସେବା ଆରମ୍ଭ ହୋଇଛି । ରାୟଗଡା ଠାରୁ ପୁରୀ ଦୀର୍ଘ ୪୪୮କିଲୋମିଟର ଦୂରତା ଅତିକ୍ରମ କରିବାକୁ ଥିବା ଏହି ଶୀତ ତାପ ନିୟନ୍ତ୍ରିତ ସୁବ୍ୟବସ୍ଥିତ ବସଟିରେ ୫୧ଜଣଙ୍କ ନିମନ୍ତେ ସିଟ୍ ବ୍ୟବସ୍ଥା ରହିଛି । ଏଥିରେ ଯିବାକୁ ହେଲେ ଅନଲାଇନ୍‌ରେ ଟିକେଟ୍ କରିବାକୁ ପଡିବ ବୋଲି ଶ୍ରୀ ଚୈାଧୁରୀ ପ୍ରକାଶ କରିଛନ୍ତି । ଅନଲାଇନ ଟିକେଟର ମୂଲ୍ୟ ୧୦୭୫ଟଙ୍କା ରହିଥିବା ଜଣାପଡିଛି ।

ରାୟଗଡା ବସଷ୍ଟାଣ୍ଡରୁ ନିୟମିତ ଭାବେ ରାତ୍ର ୭ଘଂଟା ୪୫ମିନିଟ୍ ସମୟରେ ଛାଡି ମୋହନା, ଦିଗପହଣ୍ଡି, ବ୍ରହ୍ମପୁର, ଛତ୍ରପୁର, ଖୋର୍ଦ୍ଧା, ଭୁବନେଶ୍ୱର, ମାଲତିପାଟପୁର ଦେଇ ପୁରୀ ଠାରେ ପ୍ରାତଃ ୫ଘଂଟା ୪୦ମିନିଟ ସମୟରେ ପଂହଚିବ । ପୁଣି ପୁରୀରୁ ରାତ୍ର ୮ଟା ସମୟରୁ ବାହାରି ଉପରୋକ୍ତ ରୁଟ୍ ଦେଇ ତା’ପର ଦିନ ସକାଳ ୬ଘଂଟା ସମୟରେ ରାୟଗଡାରେ ପଂହଚିବ ବୋଲି ଜଣାପଡିଛି । ରାୟଗଡାରୁ ପୁରୀ ଯିବା ପାଇଁ ସିଧାସଳଖ କୈାଣସି ବସ ସେବା ନ ଥିବା ବେଳେ ଶ୍ରୀ ଜଗନ୍ନାଥ ଏକ୍ସପ୍ରେସରେ ଜଣେ ଲୋକ ନିଜ ପରିବାର ସହ ସୁରକ୍ଷିତ ଭାବେ ପୁରୀରେ ପଂହଚି ଜଗନ୍ନାଥଙ୍କ ଦର୍ଶନ ସାରି ପୁଣି ବସରେ ଫେରିବାର ସୁଯୋଗ ପାଇପାରିବାର ସୁବିଧା ମାନ୍ୟବର ମୁଖ୍ୟମନ୍ତ୍ରୀ କରି ଦେଇଛନ୍ତି ବୋଲି ଆଂଚଳିକ ପରିବହନ ଅଧିକାରୀ ଶ୍ରୀ ଚୈାଧୁରୀ ପ୍ରକାଶ କରିଛନ୍ତି । ଏଥିସହ ଆଗାମୀ ଏକ ସପ୍ତାହ ମଧ୍ୟରେ ଆଉ ଏକ ବସ ରାୟଗଡାରେ ପହଂଚିବ ବୋଲି କହିଛନ୍ତି । ଭଚୁଆଲ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାର ଆଭିମୁଖ୍ୟ ସଂପର୍କରେ ନିଜର ବାର୍ତା ଦେଇଥିବା ବେଳେ ବଲାଙ୍ଗିରରୁ ମାନ୍ୟବର ପରିବହନ ମନ୍ତ୍ରୀ ଟୁକୁନୀ ସାହୁ ବକ୍ତବ୍ୟ ପ୍ରଦାନ କରିଥିଲେ ।

କାର୍ଯ୍ୟକ୍ରମଟିକୁ ୫ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ୍ ପରିଚାଳନା କରିଥିବା ବେଳେ ରାୟଗଡା ଶ୍ରଦ୍ଧା ଶ୍ରୀ କ୍ଷେତ୍ରରୁ ପୁରୀ ଶ୍ରୀକ୍ଷେତ୍ରକୁ ଶ୍ରୀ ଜଗନ୍ନାଥ ବସ ସେବା ଯୋଗାଇ ଦିଆଯାଇଥିବାରୁ ଜିଲ୍ଳାବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନଙ୍କୁ କୃତଞତା ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟ ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଜିଲ୍ଳା ପର୍ଯ୍ୟଟନ ଅଧିକାରୀ ଭଗବାନ ଖରା, ଜିଲ୍ଳା କ୍ରୀଡା ଅଧିକାରୀ ଶେଖ୍ ଅଲିନୁର, ଜୁରରୀକାଳନୀ ଅଧିକାରୀ ସୂର୍ଯ୍ୟମଣି ଭୋଇ, ରାୟଗଡା ବିଡିଓ ଅମୂଲ୍ୟ ସାହୁ, ଏମଭିଆଇ ରାଜ କୁମାର ବେହେରାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.