ତାରାତାରିଣୀ ଉଚ୍ଚ ମାଧ୍ୟମିକ ଓ ସ୍ନାତକ ମହାବିଦ୍ୟାଳୟରେ “ନୂଆ-ଓ” ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ଉଦଘାଟିତ 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ତାରାତାରିଣୀ ଉଚ୍ଚ ମାଧ୍ୟମିକ ଓ ସ୍ନାତକ ମହାବିଦ୍ୟାଳୟରେ “ନୂଆ-ଓ” ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ଉତ୍ସବ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ.ସୀମାଞ୍ଚଳ ପଟ୍ଟନାୟକଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି | ଏହା ୫ଦିନ ଧରି ଚାଲିବ | ଏଥିରେ ମୁଖ୍ୟ ଅତିଥି ଭାବେ ବାସୁଦେବ ମହାପାତ୍ର ଯୋଗ ଦେଇଥିଲା ବେଳେ ସମ୍ମାନିତ ଅତିଥି ଭାବେ ହିନ୍ଦୀ ପ୍ରଚାର ସଭାର କୂଳ ସଚିବ ପ୍ରଫୁଲ୍ଲ କୁମାର ରଥ, ପୂର୍ବତନ ଶିକ୍ଷାବିତ ଏ ରାଜ ଗୋପାଳ ରାଓଯୋଗ ଦେଇଥିଲେ |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି କାର୍ଯ୍ୟକ୍ରମକୁ ବିଭାଗୀୟ ସ୍ନାତକନୋଡାଲ ଅଧିକାରୀ ଡ଼ ସୁରେନ୍ଦ୍ର ନାଥ ପଣ୍ଡା, ଯୁକ୍ତ ଦୁଇ ନୋଡାଲ ଅଧିକାରୀ ଡଃ. ରମେଶ ଚନ୍ଦ୍ର ସେନାପତି ଯୋଗ ଦେଇ ଛାତ୍ର ସମାଜକୁ ଉତ୍ସାହିତ କରିଥିଲେ | ସଂଗଠକ ସଭ୍ୟ ପ୍ରବୀର କେଶରୀ ପ୍ରଧାନ, ଡ଼ ପ୍ରଶାନ୍ତ କୁମାର ପଟନାୟକ, ଡ଼ ମୋନାଲିସା ମିଶ୍ର, ସୁଶାନ୍ତ କୁମାର ସାହୁ,  କୃଷ୍ଣ ଚନ୍ଦ୍ର ନାୟକ, ଦେବୀ ପ୍ରସାଦ ମିଶ୍ର, ପ୍ରଦୀପ କୁମାର ସାହୁ, ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ |

Udyog Nursery
Udyogi Nursery

ଆମ ଓଡ଼ିଆ ଭାଷାର ଉନ୍ନତି ଦିଗରେ କେତେ ଯେ ମହତ୍ତ୍ଵ ରହିଛି ଏହି ପ୍ରସଙ୍ଗ ରେ ଅଧ୍ୟକ୍ଷ ଡ଼.ସୀମାଞ୍ଚଳ ପଟ୍ଟନାୟକ ଛାତ୍ର ଛାତ୍ରୀ ଙ୍କୁ ସୂଚାଇ ଥିଲେ। ସବୁଠାରେ ଭାଷାର ମହତ୍ୱ କେତେ ଏବଂ ଏହା ସବୁ ସମୟରେ କିପରି ନିଜ ଜିଲ୍ଲା, ରାଜ୍ୟ ରେ କାର୍ଯ୍ୟ କାରି ହେବ ତାହା ଉପସ୍ଥିତ ଅତିଥି ମାନେ ବୁଝାଇ ଥିଲେ | ଏହି ୫ଦିନିଆ କାର୍ଯ୍ୟକ୍ରମ ରେ ପ୍ରବନ୍ଧ, ହସ୍ତାକ୍ଷର ବକୃତା, ସାଧାରଣ ଜ୍ଞାନ, ବ୍ୟାକରଣ ଦକ୍ଷତା, କବିତା ଆଦି ବିଷୟରେ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ପ୍ରତିଯୋଗିତା କରାଯିବ | ଏଥିରେ କଲେଜର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.