ଲଡୁଗାଁ ପଞ୍ଚାୟତରେ ପିଡିଏସ୍ ଚାଉଳ ବଣ୍ଟନରେ ବିଳମ୍ବ ; ତାଲା ପକାଇଲେ ଲୋକେ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଳକ ଲଡୁଗାଁ ପଞ୍ଚାୟତରେ ପିଡିଏସ୍ ଚାଉଳ ବଣ୍ଟନ ପ୍ରକ୍ରିୟା ବିଲମ୍ବ ଓ ଅନିୟମିତ ହେତୁ ଶୁକ୍ରବାର ହିତାଧିକାରୀ ମାନେ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ଅଫିସ୍ ସମ୍ମୁଖରେ ଆନ୍ଦୋଳନ ସହ ପ୍ରତିବାଦ କରିଥିଲେ। ସୂଚନା ଅନୁସାରେ ଏହି ପଞ୍ଚାୟତରେ ସମୁଦାୟ ୨୮୧୯ ଜଣ ରାସନ୍ କାର୍ଡ ହିତାଧିକାରୀ ରହିଥିବାବେଳେ ସେମାନଙ୍କ ପାଇଁ ପ୍ରତି ମାସ ପିଛା ୫୧୯.୬୫ କୁଇଣ୍ଟାଲ ଚାଉଳ ଆଲେମେଣ୍ଟ ହେଉଥିବା ସୂଚନା ମିଳିଛି। ତେବେ ଜାନୁଆରୀଠାରୁ ଏପ୍ରିଲ ମାସ ପର୍ଯ୍ୟନ୍ତ ୪ମାସର ଚାଉଳ ବଣ୍ଟନରେ ବିଳମ୍ବ ଓ କିଛି ହିତାଧିକାରୀଙ୍କୁ ସେପ୍ଟେମ୍ବର ମାସଠାରୁ ଡିସେମ୍ବର ମାସର ଚାଉଳ ବଣ୍ଟନରେ ଅନିୟମିତତା ହୋଇଥିବା ଅଭିଯୋଗ କରି ଆଜି ସାମାଜିକ କର୍ମୀ ପ୍ରଧାନୀ ବାଗଙ୍କ ନେତୃତ୍ୱରେ ହିତାଧିକାରୀ ମାନେ ପଞ୍ଚାୟତ କାର୍ଯ୍ୟାଳୟରେ ପିଇଓ ମାନସ ବେଣୁପାଣିଙ୍କୁ ତାଲା ପକାଇ ପ୍ରତିବାଦ କରିଥିଲେ। ଦିର୍ଘ ସମୟ ପରେ କୋକସରା ଥାନା ପୁଲିସ ପହଞ୍ଚି ଆନ୍ଦୋଳନରତ ହିତାଧିକାରୀ ମାନଙ୍କୁ ବୁଝାସୁଝା କରିବା ପରେ କାର୍ଯ୍ୟାଳୟରୁ ତାଲା ଖୋଲିଥିଲେ। ଏହାପରେ ବ୍ଳକ ଯୋଗାଣ ନିରୀକ୍ଷକ ଜଗାରାମ ମୁର୍ମୁ ପହଞ୍ଚି ଆନ୍ଦୋଳନରତ ହିତାଧିକାରୀ ମାନଙ୍କ ସହ ଆଲୋଚନା କରି ଦିନେ ଦୁଇ ଦିନ ମଧ୍ୟରେ ସମସ୍ତ ହିତାଧିକାରୀଙ୍କ ଚାଉଳ ବଣ୍ଟନ କରାଯିବ ବୋଲି ପ୍ରତିଶ୍ରୁତି ଦେଇବାପରେ ହିତାଧିକାରୀମାନେ ଶାନ୍ତ ପଡ଼ିଥିଲେ। ଏହି ପ୍ରତିବାଦ ସମୟରେ ପ୍ରଧାନୀ ବାଗ ସମେତ ଛନ୍ଦା ଚରଣ କୁମାର, ସଚୀନ ନାଏକ, ବଜରଙ୍ଗ ପାଣିଗ୍ରାହୀ, ମକରଧ୍ବଜ ରାଉତ, ଘନଶ୍ୟାମ ପାନ, ମନୋଜ ନାଗ, ନରେଶ ରାଉତ, ରୋଶନ ଛତ୍ରିଆ, ହିତାଧିକାରୀ ଚଞ୍ଚଲା ବାଗ, ହେମଲତା ବାଗ ସହ ଅନେକ ହିତାଧିକାରୀ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.