ନର୍ଲା ଡିଗ୍ରୀ କଲେଜରେ ଓଡିଆ ସାହିତ୍ୟ ପ୍ରତିଯୋଗୀତା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପଞ୍ଚାୟତ ସମିତି  ଡିଗ୍ରୀ ମହାବିଦ୍ୟାଳୟ ନର୍ଲାଠାରେ ଓଡିଆ ସାହିତ୍ୟ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି। ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ପ୍ରାପ୍ତ ଯୁବ ଲେଖକ ଡିଲେଶ୍ୱର ରଣା ଯୋଗଦାନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ରାଜ୍ୟ ସରକାରଙ୍କ ନୂଆ-ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ମଧ୍ୟରେ ଏହି କାର୍ଯ୍ୟକ୍ରମ ଜଗନ୍ନାଥ ସଂସ୍କୃତି ଓ ଓଡିଆ ଭାଷାର ପ୍ରସାର ପ୍ରଚାର ନିମନ୍ତେ ଚାଲୁଥିବା କହିଛନ୍ତି ଅତିଥି ଗଣ। ଶୁକ୍ରବାର ଦ୍ୱିତୀୟ ଦିବସରେ ବକ୍ତୃତା, କବିତା ଲିଖନ ପ୍ରଭୃତି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିବା ବେଳେ ଡିଗ୍ରି କଲେଜର ପ୍ରନ୍ସିପାଲ ନାରାୟଣ ନାଏକଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ନର୍ଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଭବାନୀଶଙ୍କର ଦାସ, ସମ୍ମାନୀତ ଅତିଥି ଭାବରେ କଲେଜର ଇଂରାଜୀ ଅଧ୍ୟାପିକା କବୟତ୍ରୀ ବାସନ୍ତୀ ସାହୁ, ନର୍ଲା ପ୍ରଗତିବାଦୀ ପ୍ରତିନିଧି ଲିଙ୍ଗରାଜ ମିଶ୍ର ପ୍ରମୁଖ ଯୋଗଦାନ କରି ଓଡିଆ ଭାଷା ସାହିତ୍ୟ ଉପରେ ଆଲୋଚନା କରିଥିଲେ। ପ୍ରତିଯୋଗୀତା କାର୍ଯ୍ୟକ୍ରମରେ ବିଚାରକ ଭାବରେ ଯୁବ କବି ହେମନ୍ତ କୁମାର ସାହୁ, ତୁଳାପଡା ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ସମୀର ମହାପାତ୍ର, ଭାଗବତିଆ କବି ମଧୁସୂଦନ ରାଉତ, ନାଶିଗାଁର କବି ନରୋତ୍ତମ ପାତ୍ର ପ୍ରମୁଖ ଯୋଗଦାନ କରି କବିତା ଲିଖନ, ବକ୍ତୃତା ପ୍ରତିଯୋଗୀତାର ମୂଲ୍ୟାୟନ କରିଥିଲେ। ଅଧ୍ୟାପକ ସୁଶାନ୍ତ ସାହୁ ମଞ୍ଚ ପରିଚାଳନା କରିଥିଲେ। ଜଗନ୍ନାଥ ପୂଜନ ପରେ କାର୍ଯ୍ୟକ୍ରମର ସଭାପତି ଅଧ୍ୟକ୍ଷ ନାରାୟଣ ନାଏକ ସ୍ୱାଗତ ଭାଷଣ ଓ କାର୍ଯ୍ୟକ୍ରମର ଆଭିମୁଖ୍ୟ ପ୍ରତିପାଦନ କରିଥିଲେ। ଡିଗ୍ରୀ କଲେଜର  ସନ୍ତୋଷ ନାଏକ, ଅଧ୍ୟାପକ ରମେଶ ଘଡେଇ, ଅଧ୍ୟାପିକା ସଂଘମିତ୍ରା ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅଧ୍ୟାପିକା କୌଶଲ୍ୟା ଗଡବା, ଶାରିରୀକ ଶିକ୍ଷକ କ୍ଷୀତିଶଚନ୍ଦ୍ର ବଗର୍ତ୍ତି, ସନ୍ତୋଷ ନାଏକ, ପାର୍ବତୀ ଦାସ, ମନୋଜ ନନ୍ଦ, ବୁଲୁ ଥନାପତି, ଗରୁଡ ଭୋଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଆସନ୍ତା କାଲି ଗୁରୁବାର ଏହାର ଉଦ୍‌ଯାପନୀ ଉତ୍ସବରେ ପୁରସ୍କାର ବିତରଣୀ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ ବୋଲି ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.