କାମକେଡ଼ା ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ସୃଜନୀ ମେଳା

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡ଼ା ଜିଲ୍ଲା କୋମନା ବ୍ଳକ କାମକେଡ଼ା ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ସୃଜନୀ ମେଳା ଅନୁଷ୍ଠିତ ହୋଇଯାଇଛି। ସାହିତ୍ୟ ସୃଜନୀ, କ୍ରୀଡାଙ୍ଗାନା, କୋସଲି, ଜିଜ୍ଞାସା ବିଷୟ ନେଇ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ନିଜ ନିଜ ପ୍ରକଳ୍ପ ତିଆରି କରି ପ୍ରଦର୍ଶିତ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିରେନ୍ଦ୍ର କୁମାର ନାୟକଙ୍କ ସଭାପତିତ୍ବ ଆୟୋଜିତ ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜଳଧର ଶବର, ମୁଖ୍ୟବକ୍ତା ଭାବେ ଟିକ୍ରାପଡା କ୍ଳଷ୍ଟର ସିଆରସିସି ଗୌରଚନ୍ଦ୍ର ରଣା, ସମ୍ମାନିତ ଅତିଥି ଭାବେ ପରିଚାଳନା କମିଟି ସଭାପତି ହରିକେଶ ଜାଲ, ଭକ୍ତ ଚରଣ ଶବର, ତିରନ୍ଦର ଶବର, ନୀଳକଣ୍ଠ ରଣା ପ୍ରମୁଖ ମଞ୍ଚାସୀନ ଥିଲେ। ତୋଫାନ ରଞ୍ଜନ ନିଆଲ ଓ ଶିକ୍ଷକ ଶ୍ୟାମ ପାଢ଼ୀ ମଞ୍ଚ ପରିଚାଳନା କରିଥିଲେ। ଏହା ସହିତ ବିଦ୍ୟାଳୟର ଶିକ୍ଷକ ଫକିର ମୋହନ ଠାକୁର, ରାଜ କୁମାର ଜାଲ, ଜୟ ପ୍ରକାଶ କୁମାର ତଥା ସମସ୍ତ ଛାତ୍ରଛାତ୍ରୀ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.