କିନ୍ନରଙ୍କ ଅଧିକାରକୁ ନେଇ ନର୍ଲାରେ ସଚେତନତା କାର୍ଯକ୍ରମ 

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ତୃତୀୟ ଲିଙ୍ଗୀଙ୍କ ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ତୃଣମୂଳ ସ୍ତରରେ ଏହାର ସୁଫଳ ନିମନ୍ତେ ସଚେତନତା କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ଏହି କ୍ରମରେ ନର୍ଲା ବ୍ଲକ ସମ୍ମେଳନ କକ୍ଷରେ ଜେଏମଏଫ୍ସି ମ.ରାମପୁର ରାଜେଶ କୁମାର ଦାସଙ୍କ ଦ୍ୱାରା ତାଲୁକ ଆଇନ ସେବା ପ୍ରାଧିକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କିନ୍ନର ମାନଙ୍କ ପାଇଁ ସୁପ୍ରିମକୋର୍ଟ ଗାଇଡ଼ ଲାଇନ୍ ଅନୁଯାଇ ରହିଥିବା ଅଧିକାର ସମ୍ବନ୍ଧରେ ଆଲୋଚନା କରାଯିବାସହ ସରକାରଙ୍କ ବସୁନ୍ଧରା ଯୋଜନାରେ ଭୂମିହୀନ ମାନଙ୍କୁ ଭୂମି ଯୋଗାଇଦେବା, ମଧୁବାବୁ ପେନସନ, ପରିବାରରେ କିନ୍ନରଙ୍କ ଅଧିକାର, କିନ୍ନରଙ୍କୁ ପରିହାସ କଲେ ମଧ୍ୟ ଆଇନ ଅନୁଯାୟୀ ଦଣ୍ଡ ବ୍ୟବସ୍ଥା, କିନ୍ନର ପରିଚୟ ପତ୍ର, ରାସନ କାର୍ଡ, ଶିକ୍ଷା କ୍ଷେତ୍ରରେ ଅଧିକାର ଏପରି ବହୁ ବିଷୟରେ ବିସ୍ତୃତ ଭାବେ  ଆଲୋକପାତ କରାଯାଇଥିଲା। ଉକ୍ତ କାର୍ଯକ୍ରମରେ ନର୍ଲା ବିଡିଓ ଏନ. ଜଗଜ୍ଜିବନ ଚୌଧୁରୀ, ବିଏସଏସଓ ପ୍ରଦୀପ ବେହେରା, ମ.ରାମପୁର ବାର ଆସୋସିଏସନର ଜୟ କୁମାର ସିଂଦେଓ, ଯତୀନ କୁମାର ସାହୁ, ଡୋଳାମଣୀ ସାହୁ, ଅଶ୍ୱିନ କୁମାର ପଣ୍ଡା, ସେବାକାରୀ କିନ୍ନର ସଂଘ ନର୍ଲାର ସଭାପତି କାମିନୀ କିନ୍ନରଙ୍କ ସମେତ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.