ଲୁହାଜୋର ଉପରେ ପୋଲ ପକାଇ ନର୍ଲା ଓ କେସିଙ୍ଗା ବ୍ଲକକୁ ଅସ୍ଥାୟୀ ରାସ୍ତା ସଂଯୋଗ କଲେ
ଓଡ଼ିଆ ବାର୍ତ୍ତା/ କେସିଙ୍ଗା: କଳାହାଣ୍ଡିର ବିଶିଷ୍ଟ ସମାଜସେବୀ ମନୋଜ କୁମାର ପଟ୍ଟନାୟକ ସବୁବେଳେ ସାଧାରଣ ଜନତାଙ୍କ ସୁଖ ଦୁଃଖରେ ସାମିଲ ହୋଇଥାନ୍ତି। କରୋନା କାଳରେ ତାଙ୍କ ସେବା ଲୋକଙ୍କ ମନରେ ସବୁବେଳେ ଉଜ୍ଜିପିତ ହୋଇ ରହିଥିବାବେଳେ ବର୍ତ୍ତମାନ ସେ ଲୁହାଜୋର ଉପରେ ପୋଲ ପକାଇ ନର୍ଲା ଓ କେସିଙ୍ଗା ବ୍ଲକକୁ ଅସ୍ଥାୟୀ ରାସ୍ତା ସଂଯୋଗ କରାଇ ଜନସାଧାରଣଙ୍କ ମନ କିଣି ନେଇଥିବା ଚର୍ଚ୍ଚା ହେଉଛି। ସୂଚନା ଅନୁସାରେ କେସିଙ୍ଗା ବ୍ଲକ ମହଗାଁ ଏବଂ ନର୍ଲା ବ୍ଲକ ଧୂବେନ ଗ୍ରାମ ମଧ୍ୟରେ ଥିବା ଲୁହାଜୋର ସବୁବେଳେ ୪ ରୁ ୫ ଫୁଟ ପାଣି ଆସୁଥିବା ଯୋଗୁଁ ଲୋକଙ୍କ ଯିବା ଆସିବା ବନ୍ଦ ରହିଥାଏ। ଯାହା ଫଳରେ କେସିଙ୍ଗା ଓ ନର୍ଲା ବ୍ଲକର ଜନସାଧାରଣଙ୍କ ସଂଯୋଗ ପାଇଁ ଏହି ଏକ ମାତ୍ର ପଥ ବାଧକ ସାଜିଥାଏ। ବିଶେଷ କରି ବର୍ଷା ସମୟରେ ଅନେକ ସମସ୍ୟାର ସମ୍ମୁଖୀନ ଲୋକେ ହୋଇଥାନ୍ତି। ବାରମ୍ବାର ଅଞ୍ଚଳବାସୀ ଏହି ଲୁହାଜୋର ଉପରେ ଏକ ସ୍ଥାୟୀ ପୋଲ ନିର୍ମାଣ କରିବାପାଇଁ ଦାବି କରି ଆସୁଥିଲେ ସୁଦ୍ଧା କଳାହାଣ୍ଡି ଜିଲ୍ଲାର ରାଜନେତା ମାନଙ୍କ ଉଦାସୀନତା ଯୋଗୁଁ ଆଜି ପର୍ଯ୍ୟନ୍ତ ଏଠାରେ ଏକ ପୋଲ ନିର୍ମାଣ ହୋଇ ପାରିନାହିଁ। କିନ୍ତୁ କେସିଙ୍ଗା ଅଞ୍ଚଳପାଇଁ ଉଦାହରଣ ପାଲିଟିଥିବା ଲୋକଙ୍କ ସୁଖ ଦୁଃଖର ସାଥି ମନୋଜ ପଟ୍ଟନାୟକଙ୍କ ଅଭିନବ ପ୍ରୟାସ ଯୋଗୁଁ ଏହି ଲୁହାଜୋର ଉପରେ ବର୍ତ୍ତମାନ ଲୋକଙ୍କ ଯିବା ଆସିବା ସ୍ୱାଭାବିକ ହୋଇପାରିଛି। ଶ୍ରୀ ପଟ୍ଟନାୟକ ଲୁହାଜୋର ଉପରେ ଦୁଇଟି ପୋଲ ପକାଇ ଅସ୍ଥାୟୀ ପୋଲ ନିର୍ମାଣ କାମ କରି ଅଞ୍ଚଳବାସୀଙ୍କ ପ୍ରଶଂସା ସାଉଁଟିଛନ୍ତି। କେସିଙ୍ଗା ବ୍ଲକ ଓ ନର୍ଲା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ତାଙ୍କର ଏଭଳି ମାନବିକତା ମନୋଭାବ ଯୋଗୁଁ ସେ ଆଗରୁ ମଧ୍ୟ୍ୟ ବିଶେଷ ପରିଚିତ। ସେ ଏହା ପୂର୍ବରୁ ମଧ୍ୟ୍ୟ ଅଞ୍ଚଳବାସିଙ୍କ ପାଇଁ ବହୁ ଗୁଡିଏ କାମ କରିଥିବା ନଜରକୁ ଆସିଛି। ତାଙ୍କର ରକ୍ତଦାନ ଶିବିର କଥା ହେଉ କିମ୍ବା କୋଭିଡ ସମୟରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ପାଖକୁ ସମ୍ପର୍କୀୟ ଓ ଗାଁ ଲୋକେ ଯାଇ ପାରୁନଥିବା ବେଳେ ସେ ଗାଁ ଗାଁ ବୁଲି ସବ ସଂସ୍କାର କରିଥିବା ଖବର ଆଜି ମଧ୍ୟ୍ୟ ଲୋକଙ୍କ ହୃଦୟର ଚିରସ୍ଥାୟୀ ହୋଇ ରହିଅଛି। ଆଦିବାସୀ ଅଧ୍ୟୁସିତ ଦୁର୍ଗମ ଅଞ୍ଚଳ ମହଗାଁରେ ଜନ୍ମଗ୍ରହଣ କରିଥିବା ଏହି ମହାନ ବ୍ୟକ୍ତି ଜଣକ ସବୁବେଳେ ଆଦିବାସୀ ମାନଙ୍କ ସୁଖ ଦୁଃଖରେ ଛିଡା ହୋଇ ତାଙ୍କୁ ସମସ୍ତ ପ୍ରକାରର ସୁବିଧା ସୁଯୋଗ କରି ତାଙ୍କ ସହିତ ଜଡିତ ହୋଇ ରହିଥିବାରୁ ଆଜି ସେ ଅଞ୍ଚଳର ସମସ୍ତ ଆଦିବାସୀ ମାନଙ୍କ ହୃଦୟରେ ଘର କରି ରହିଛନ୍ତି। ଆଦିବାସୀ ମାନଙ୍କ ହିତ ମଙ୍ଗଳ ପାଇଁ ଅଞ୍ଚଳରେ ଅନେକ କାର୍ଯ୍ୟ କରୁଥିବାରୁ ତାଙ୍କୁ କେସିଙ୍ଗା ଆଦିବାସୀ ସଂଘ ସଭାପତି ମୋହନ ଶବର ଧନ୍ୟବାଦ ଜଣାଇଛନ୍ତି।