ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ: କର ସେବକ ବଖାଣିଲେ ନିଜ ଅନୁଭୂତି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ଗତ କାଲି ଅଯୋଧ୍ୟାରେ ଶ୍ରୀରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେଇଛି। ଏହି ପ୍ରତିଷ୍ଠା ଅବସରରେ ପ୍ରତିଟି ଭାରତୀୟ ନିଜକୁ ସାମିଲ କରେଇ ଘରେ ଘରେ ମନେଇଛନ୍ତି ଉତ୍ସବ। ତେବେ କର ସେବକ ଭାବରେ ୧୯୯୧ ମସିହାରେ ଅଯୋଧ୍ୟାରେ ବାବ୍ରୀ ମସଜିଦ ଭଙ୍ଗା ଘଟଣାରେ କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ତଳସାଗର ପଡାର ଦେବାର୍ଚ୍ଚନ ମହାଖୁଡ଼ ସାମିଲ ହେଇଥିଲେ। ସ୍ବର୍ଗତ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ନେତୃତ୍ୱରେ ସେ ଏହି ଦଙ୍ଗା ସମୟରେ ନିଜକୁ ସାମିଲ କରେଇ ଥିଲେ। ଯାହାର ଅନୁଭୂତି ବଖାଣି ଥିଲେ ଆମ ପ୍ରତିନିଧିଙ୍କ ଆଗରେ। ବହୁତ ଶ୍ରମ ସ୍ବୀକାର କରି ଅଯୋଧ୍ୟାରେ ପହଞ୍ଚି ବାବରୀ ମସଜିଦ ଭଙ୍ଗା ଘଟଣାରେ ଲାଠି ମାଡ ଖାଇଥିଲେ। ଅଳ୍ପକେ ବର୍ତ୍ତି ଯାଇଥିଲେ ଗୁଳି ଖାଇବାରୁ। ଗୁଳି ମାଡ ତାଙ୍କୁ ବାଜି ନ ଥିଲା ସିନା ତାଙ୍କ ସହ ଥିବା ଆଉ ଜଣେ ସନ୍ନ୍ୟାସୀ ତାଙ୍କ ଆଖି ଆଗରେ ଟଳି ପଡିଲେ। ଏମିତି କେତେ ସନ୍ୟାସୀଙ୍କ ମୃତ୍ୟୁ ଆଖି ଆଗରେ ଦେଖିଥିବା ବେଳେ ଜଣେ ସନ୍ନ୍ୟାସୀଙ୍କୁ ଗୁଳି ବାଜିବା ଅବସ୍ଥାରେ ଡ଼ାକ୍ତର ଖାନା ପହେଞ୍ଚେଇ ଜୀବନ ରକ୍ଷା କରି ପାରିଥିଲେ। ରଣ କ୍ଷେତ୍ର ପାଲଟି ଥିଲା ଅଯୋଧ୍ୟା। ତଥାପି ରାମ ଝଣ୍ଡା ଲଗାଇବାରେ ସଫଳ ହେଇଥିଲେ। ନିକଟସ୍ଥ ସରଜୁ ନଦୀ କୂଳରେ ଅସ୍ଥାୟୀ ତମ୍ବୁରେ ରହି ସେ କର ସେବା ଦେଇଥିବା କହିଛନ୍ତି। ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଦେଖି ସେ ନିଜକୁ ଧନ୍ୟ ମନେ କରିବା ସହ ଅତୀତର ସେହି ଲୋମହର୍ଷଣ ଦୃଶ୍ୟ ମନେ ପଡ଼ିଲେ ଏବେ ବି ତାଙ୍କରି ଲୋମ ଟାଙ୍କୁରି ଉଠୁଥିବା ଦେଖା ଯାଇଥିଲା। ତାଙ୍କରି ଏହି ତ୍ୟାଗ ନିମନ୍ତେ ଭାଗବତ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ତାଙ୍କୁ ଶ୍ରୀ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.