ଦଧିବାମନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ-ଓ ଓଡ଼ିଆ ବିଶ୍ଵ ଭାଷା ସମ୍ମିଳନୀ ଉଦଯାପିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଦାଦପୁର ଦଧିବାମନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ-ଓ ଓଡ଼ିଆ ବିଶ୍ଵ ଭାଷା ସମ୍ମିଳନୀ ଉଦଯାପିତ ହେଇଯାଇଛି। ତିନିଦିନ ଧରି ଆୟୋଜିତ ଉତ୍ସବରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ସଂଜୀବ କୁମାର ଶର୍ମା ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ଦେବାର୍ଚ୍ଚନ ପ୍ରଧାନ, ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ଓଡ଼ିଆ ଅଧ୍ୟାପକ ତଥା ଗବେଷକ ଡ. ଦାଶରଥି ଆଚାର୍ଯ୍ୟ, ସମ୍ମାନିତ ଅତିଥି ଭାବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ କବି ତଥା ମା’ ମାଣିକେଶ୍ଵରୀ ବିଶ୍ବ ବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଜୟଦ୍ରଥ ସୁନା, ଅନ୍ୟତମ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ମୀନକେତନ ବିଶ୍ଵାଳ ଓ ଦଧିବାମନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଇଂରାଜୀ ଅଧ୍ୟାପକ କହ୍ନେଇଧର ସାହୁ ଯୋଗ ଦେଇଥିଲେ। ଜଗନ୍ନାଥ ସଂସ୍କୃତି ଉପରେ ଗଭୀର ଭାବରେ ଆଲୋଚନା କରିଥିଲେ ଡ. ଆଚାର୍ଯ୍ୟ ଏବଂ ଓଡ଼ିଆ ଭାଷା ସାହିତ୍ୟ ଉପରେ ଆଲୋଚନା କରିଥିଲେ ଶ୍ରୀ ସୁନା। ସଭା ପରିଚାଳନା କରିଥିଲେ ରାଜନୀତି ବିଜ୍ଞାନ ଅଧ୍ୟାପିକା ସୁଭସ୍ମିତା ପାଢ଼ୀ। ସହଯୋଗ କରିଥିଲେ ଇତିହାସ ଅଧ୍ୟାପିକା ମନୋରମା ପାଲ, ଅର୍ଥନୀତି ଅଧ୍ୟାପିକା କୁନ୍ତୀ ସାହୁ ଓ ସମାଜ ବିଜ୍ଞାନ ଅଧ୍ୟାପିକ ପାର୍ଥ ବାଗ। ଶେଷରେ ଧନ୍ୟବାଦ ଦେଇଥିଲେ ଓଡ଼ିଆ ଅଧ୍ୟାପକ ପୀୟୂଷ ରତନ ବାଗ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.