କଶ୍ରୁପଡ଼ା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଉଦଯାପିତ

ଓଡ଼ିଆ ବାର୍ତ୍ତା/ କେସିଙ୍ଗା: କଳାହାଣ୍ଡି ଜିଲ୍ଳାର କଶ୍ରୁପଡ଼ା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଜି ପ୍ରଥମ ବିଶ୍ବ ଓଡ଼ିଆଭାଷା ସମ୍ମିଳନୀ ମହାସମାରୋହରେ ଉଦଯାପିତ୍ ହୋଇଯାଇଛି। ଅଧ୍ୟକ୍ଷ ରମେଶ ଚନ୍ଦ୍ର ନାଏକଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ବିଶେଷଜ୍ଞ ସଦସ୍ୟ ଅବିନାଶ ଠାକୁର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଯୁବକମାନଙ୍କୁ ଓଡ଼ିଆ ଭାଷାର ବିକାଶ ଦିଗରେ ଉଦ୍ୟମ କରିବାକୁ ପରାମର୍ଶ ଦେବା ସହ ଶ୍ରୀଜଗନ୍ନାଥଙ୍କୁ ଓଡ଼ିଆଙ୍କ ସ୍ପନ୍ଦନ ବୋଲି କହିଥିଲେ। ମୁଖ୍ୟବକ୍ତା ସୁଶାନ୍ତ କୁମାର ମିଶ୍ର ବ୍ୟଙ୍ଗ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କ ମନୋରଞ୍ଜନ କରିଥିଲେ। ଏହି ଉତ୍ସବରେ ଅଧ୍ୟାପକ ଡକ୍ଟର ଅଜିତ କୁମାର ବେହେରା ମଞ୍ଚ ପରିଚାଳନା କରିଥିବା ବେଳେ ଅଧ୍ୟାପକ ଗୋପାଳ ଚନ୍ଦ୍ର ପ୍ରଧାନ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଅଧ୍ୟାପକ ଉପେନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ମୁଖ୍ୟ ଅତିଥି ଓଡ଼ିଆ ଭାଷାରେ ଅନୁଷ୍ଠିତ ହୋଇଥିବା ପ୍ରବନ୍ଧ, ତର୍କ, କୁଇଜ୍, ହସ୍ତାକ୍ଷର, ଗୀତ, ସାଧାରଣ ଜ୍ଞାନ, ସୃଜନଧର୍ମୀ ରଚନା ଆଦି ପ୍ରତିଯୋଗିତାରେ ଶ୍ରେଷ୍ଠ ବିବେଚିତ ଛାତ୍ରଛାତ୍ରୀଙ୍କୁ ଉତ୍କର୍ଷ ପ୍ରମାଣପତ୍ର ଓ ନଗଦ ଅର୍ଥ ଦେଇ ପୁରସ୍କୃତ କରିଥିଲେ। ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.