ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁରର ହୋଟେଲ ଗ୍ରୀନ ପାର୍କ ସଭା ଗୃହ ଠାରେ ସୁବର୍ଣ୍ଣପୁର ଏସପି ଅମରେଶ ପଣ୍ଡାଙ୍କୁ ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ଏକ ବିଦାୟ କାଳୀନ ସମ୍ବର୍ଧନା ସଭାରେ ସମ୍ବର୍ଦ୍ଧିତ କରଯାଇଥିଲା। ସ୍ବଚ୍ଛ ଭାରତ ଓ ରକ୍ତ ଦାତା ସଂଗଠନ ପକ୍ଷରୁ ଆୟୋଜିତ ଏହି ସଭାରେ ଏସପି ଶ୍ରୀ ପଣ୍ଡା ଙ୍କ ସମେତ ସ୍ୱଚ୍ଛ ଭାରତ ର ନୂତନ ସଭାପତି ଶୟଦ୍ ଅଲିମୁଲ୍ ଇସଲାମ, ସମାଜ ସେବୀ ଶ୍ରୀବତ୍ସ ମଲ୍ଲିକ, ବଣ୍ଟି ଅଗ୍ରୱାଲା, ସୋନପୁର କଲେଜ ର ଏନସିସି ଲେଫ୍ଟନେଣ୍ଟ ଆଶିଷ ଅଗ୍ରୱାଲା ଓ ଆଇନଜୀବୀ ପ୍ରଦୀପ ପୁରୋହିତ ମଞ୍ଚାସିନ ଥିଲେ। ସଭାକୁ ମନୋରଂଜନ ତ୍ରିପାଠୀ ସଂଯୋଜନା କରିଥିବା ବେଳେ ମଞ୍ଚାସିନ ସମସ୍ତ ଅତିଥି ଓ ଅଧ୍ୟାପକ ମଦନ ସୁନ୍ଦର ଖେତିି, ରକ୍ତ ବନ୍ଧୁ ମନୋଜ ପଣ୍ଡା ସୁବର୍ଣ୍ଣପୁର ଜିଲ୍ଲାରେ ରକ୍ତ ଦାନ କ୍ଷେତ୍ରରେ, ରାହାଗିରି, ହକି ବିଶ୍ବ କପ, ସାଇବର ସଚେତନତା, ଆଇନ ଶୃଂଖଳା ପରିସ୍ଥିତିର ମୁକାବିଲା, ସୋନପୁର କଲେଜ ଆକାଉଣ୍ଟ ରୁ ସାଇବର କ୍ରାଇମ୍, ଅଙ୍ଗନଦୀ ରେ ପିଏନବି ବ୍ୟାଙ୍କ ମେନେଜର ଙ୍କ ମୃତ୍ୟୁ ଘଟଣା ତଥା ବଡ ବଡ କ୍ରାଇମ ର ପର୍ଦ୍ଦାଫାଶ ଭଳି ଶ୍ରୀ ପଣ୍ଡା ଙ୍କ ଉଲ୍ଲେଖନୀୟ ଅବଦାନ ଉପରେ ବର୍ଣ୍ଣନା କରିଥିଲେ। ସ୍ବଚ୍ଛ ଭାରତ ସମେତ, ରକ୍ତ ଦାତା ସଂଘ, ଯଶୋଦା ଦେବୀ ନର୍ସିଂ କଲେଜ, ଚନ୍ଦ୍ରିକା ସେବା ଟ୍ରଷ୍ଟ, ବିଜୁ ପଟ୍ଟନାୟକ ମହିଳା କଲେଜ୍, ଶୋଭା କୟାର ମେଡ଼ିକାଲ, ଓଡ଼ିଶା ସାମ୍ୱାଦିକ ସଂଘ ସୋନପୁର ଶାଖା, ଆର୍ଟ କ୍ରିଏସନ୍, ସୋନପୁର କଲେଜ୍ ଏନସିସି, ସମେତ ବିଭିନ୍ନ ଅନୁଷ୍ଠାନପକ୍ଷ ରୁ ଏସପି ଶ୍ରୀ ପଣ୍ଡା ଙ୍କୁ ବିଦାୟ ସମ୍ବର୍ଧନା ଜ୍ଞାପନ କରଯାଇ ସ୍ଵାର୍ଥପର ବା କମର୍ସିଆଲ ବନ୍ଧୁତା ନ କରି ପ୍ରକୃତ ବନ୍ଧୁତା ସ୍ଥାପନ କରିବା ଓ ଜୀବନର ସବୁ ସମୟରେ ଛିଡା ହେବା ଉଚିତ ଏବଂ ଲୋକଙ୍କ ପାଇଁ ସମାଜ ଓ ଦେଶ ପାଇଁ ଯିଏ ଯେତିକି ତ୍ୟାଗ କରିଛି ଜଳିଛି ସମାଜରେ ସିଏ ସ୍ମରଣୀୟ ହୋଇ ରହିବ ବୋଲି ମତ ପ୍ରକାଶ କରିଥିଲେ। ରାମ ଶବରୀ କୁ ଆଦର କରିବା ସୁଗ୍ରୀବ ବିଭୀଷଣ ଭଳି ରାଜାଙ୍କ ସହ ଯେମିତି ସଂପର୍କ ସ୍ଥାପନା କରିଥିଲେ ସେମିତି ଏସପି ଶ୍ରୀ ପଣ୍ଡା ସବୁ ବର୍ଗ ଲୋକ ଙ୍କ ସହ ସୁସଂପର୍କ ରଖିଥିଲେ ଓ ଭଲ ପାଉଥିଲେ ବୋଲି କହିଥିଲେ। ଶେଷରେ ସାମ୍ୱାଦିକ ମହାଦେବ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।