ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ ରାମପୁର ବ୍ଲକ ଅନ୍ତର୍ଗତ ମଦନପୁର ଗ୍ରାମ ପଞ୍ଚାୟତ ପରିସରରେ “ଆମ ଓଡ଼ିଶା ନବୀନ ଓଡ଼ିଶା”କାର୍ଯ୍ୟକ୍ରମ ସରପଞ୍ଚ କେତକୀ ଦାଣ୍ଡିଆ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ସମ୍ମାନୀତ ଅତିଥି, (ଏ ଇ ଇ) ବଲ ବିନ୍ଦର୍ ସିଂ ଯାଦବ, (ଜି ପି ଇ ଓ) କୁଳ ମଣି ସିଂ ରାୟ, ( ଡବ୍ଲ୍ୟୁ ଇ ଓ) ଶ୍ୟାମ ସୁନ୍ଦର ନାଏକ, ସମାଜସେବୀ ଗୋବିନ୍ଦ ପ୍ରସାଦ ଶତପଥୀ, ସମାଜସେବୀ ବିକାଶ ରଞ୍ଜନ ସିଂହ ଦେଓ, ଆଇନ ଜୀବି ସତ୍ୟ ନାରାୟଣ ସାହୁ, ସମାଜସେବୀ ସୁଦର୍ଶନ ଦଣ୍ଡିଆ, ସମିତି ସଭ୍ୟା ପଦ୍ମିନୀ ଭୋଇ, ନାଏବ ସରପଞ୍ଚ ବିରାଟ ମୁଣ୍ଡଛିନ୍ନା, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶନିଶ୍ଚର ସୁରୁଜ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଗ୍ରାମାଞ୍ଚଳର ଭିତ୍ତିଭୂମି ବିକାଶ ଓ ରାଜ୍ୟ ସରକାରଙ୍କ ଜନହିତକର ଯୋଜନା ଉପରେ ସଚେତନ କରିଥିଲେ । ସାମ୍ବାଦିକ ହେମନ୍ତ ସାହୁ ମଞ୍ଚ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ, କୃଷି, ଉଦ୍ୟାନ, ଅଙ୍ଗନଓ୍ବାଡି ,ପ୍ରାଣୀ ସମ୍ପଦ, ସ୍ବୟଂ ସହାୟକ ଗୋଷ୍ଠୀ ଷ୍ଟଲ ଖୋଲା ଯାଇଥିଲା। ରାଜ୍ୟ ସରକାର ଙ୍କ ଉନ୍ନୟନ ମୂଳକ କାର୍ଯ୍ୟକ୍ରମକୁ ଟିଭି ମାଧ୍ୟମରେ ପ୍ରଦର୍ଶନ କରାଇଥିଲା। କାର୍ଯ୍ୟକ୍ରମ ପରିଚାଳନା ରେ ବିଭିନ୍ନ ବିଭାଗ ର କର୍ମଚାରୀ ମାନେ ସହଯୋଗ କରିଥିଲେ। ସଭା କାର୍ଯ୍ୟ ପରେ ଶ୍ରୀ ଗଣେଷ ବାଜାଶାଲ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।