ସଇଁତଲାରେ ୯ କୁଣ୍ଡୀୟ ଗାୟତ୍ରୀ ଯଜ୍ଞର ତୃତୀୟ ଦିବସ: ୨ ଯୋଡ଼ିଙ୍କ ବିବାହ ସଂସ୍କାର ଓ ମହାଦୀପ ଯଜ୍ଞ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଳା ଅଖିଳ ବିଶ୍ୱ ଗାୟିତ୍ରୀ ପରିବାର ଆନୁକୂଲ୍ୟରେ ହାଟପଦା ଠାରେ ନଅ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଚାଲୁଛି l ଏଥିରେ ଗାୟତ୍ରି ପରିବାର ପୂଜକ ସୁଶାନ୍ତ ମାଝୀ ତତ୍ତ୍ୱବଧାନରେ ପୂଜାର୍ଚ୍ଚନା କାର୍ଯ୍ୟ ସମାପନ ହୋଇ ଥିବାବେଳେ ମୁଖ୍ୟକର୍ତ୍ତା ଭାବେ ହରିବନ୍ଧୁ ସାହୁ ତାଙ୍କ ଧର୍ମପତ୍ନୀ ମିନା ସାହୁ କର୍ତ୍ତା ଦାୟିତ୍ୱ ତୁଲାଇଥିଲେ l ଉକ୍ତ ଯଜ୍ଞମଣ୍ଡପକୁ ରୁଷିପୁତ୍ର ପ୍ରଶାନ୍ତ ଅଗ୍ରୱାଲ ଓ ପଙ୍କଜିନୀ ପଣ୍ଡା ପରିଚାଳନା କରିଥିଲେ l ଏହି ଗାୟିତ୍ରୀ ଯଜ୍ଞ ଉପଲକ୍ଷେ ସନ୍ଧ୍ୟା ସମୟରେ ପ୍ରବଚନ କାର୍ଯ୍ୟକ୍ରମ ହେଉଥିବା ବେଳେ ପ୍ରବଳ ଜନ ସମାଗମ ଦେଖିବାକୁ ମିଳିଛି l ଏହାର ତୁତୀୟ ଦିନରେ ଭୀଷ୍ମ ସାହୁ, ଲକ୍ଷଣ ସେଠ , ଅଲେଖ ସାହୁ, ଗିରିଜା ପ୍ରଧାନ, ଚୂଡ଼ାମଣି ସାହୁ, ଅମରେଶ ସାହୁ, ବିନୟ ଭୋଇ, ଓମ ପ୍ରକାଶ ଅଗ୍ରୱାଲ, ସୋମନାଥ ପଟେଲ ଓ ମନୀଷ କୁମାର ଅଗ୍ରୱାଲଙ୍କ ସହ ସପତ୍ନୀକ କର୍ତ୍ତା ଦାୟିତ୍ୱ ତୁଲାଇଥିଲେ l ଉକ୍ତ ଗାୟିତ୍ରୀ ଯଜ୍ଞରେ ୪ ଜଣ ମୁଣ୍ଡନ, ୪ ଜଣ ବିଦ୍ୟାରମ୍ଭ ସଂସ୍କାର ହୋଇଥିଲା l ସେହିପରି ୨ ଗୋଟି ଯୋଡି ବିବାହ ସଂସ୍କାର କରାଯାଇଥିଲା l ଏଥିରେ ଅମିତ ରଣା ତାଙ୍କ ଧର୍ମପତ୍ନୀ ଭାଗ୍ୟବତୀ ରଣା ଅନ୍ୟ ଜଣେ ହେଲେ ଲୋକନାଥ ରଣା ତାଙ୍କ ଧର୍ମପତ୍ନୀ ସବିତା ରଣା ପ୍ରମୁଖଙ୍କ ବିବାହ ସଂସ୍କାର ହୋଇଥିଲା l  ସନ୍ଧ୍ୟା ସମୟରେ ମହାଦୀପ ଯଜ୍ଞ ସଂସ୍କାର କାର୍ଯ୍ୟକ୍ରମ ବେଶ ମୁଖ୍ୟ ଆକର୍ଷଣ ରହିଥିଲା l ଏଥିରେ ଶହ ଶହ ଭକ୍ତମାନେ ମହାଯଜ୍ଞ ଦର୍ଶନ କରିଥିଲେ l ଆସନ୍ତା ବୁଧବାର ଦିନ ପୂର୍ଣ୍ଣାହୂତି କାର୍ଯ୍ୟକ୍ରମ ସ୍ଥିରକୃତ ହୋଇଥିବା ଜଣାଯାଇଛି l ପୂର୍ଵତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ସଇଁତଲା ବ୍ଲକ ଅଧ୍ୟକ୍ଷ ମୋନିକା ସିଂ ଭୋଇ, ସଇଁତଲା ଆଇଆଇସି ସୁଶାନ୍ତ ପ୍ରଧାନ, ଦେବରାଜ ମାଝୀ, ପ୍ରେମଲାଲ ମହାକୁର, ସଞ୍ଜୟ ଅଗ୍ରୱାଲ ପ୍ରମୁଖ ଗାୟିତ୍ରୀ ମହାଯଜ୍ଞ ଦର୍ଶନ କରିଥିଲେ l ହରିପ୍ରସାଦ ଅଗ୍ରୱାଲ, ଅଖିଳ ରଣା, ପ୍ରଦୀପ ଜାଲ, ଭୀମସେନ ସ୍ୱାଇଁ , ପ୍ରମୋଦ ବୈଠାରୁ, ସୁରେଶ ରଣା, ବନ ବିହାରୀ ସାହୁ, ମଦନଲାଲ ଅଗ୍ରୱାଲ, ପ୍ରମୋଦ ଅଗ୍ରୱାଲ ଗାୟତ୍ରୀ ପରିବାରର ସଦସ୍ୟମାନେ ସହଯୋଗ କରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.