ଉଲିକୁପା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଓଡିଶା ସରକାର ମହିଳାମାନଙ୍କୁ ଆତ୍ମ ସୁରକ୍ଷା ପ୍ରଦାନ  ପାଇଁ ପ୍ରତ୍ୟେକ କଲେଜରେ ବ୍ୟବସ୍ଥା କରିଛନ୍ତି। ଏହି ଆତ୍ମ ସୁରକ୍ଷା ତାଲିମ ପାଇଲେ ଝିଅମାନେ ନିଜକୁ ସୁରକ୍ଷିତ ରଖିବା ସହ ଆତ୍ମ ଶକ୍ତି ବୃଦ୍ଧି କରି ପାରିବେ। ସେହି କ୍ରମରେ ନର୍ଲା ବ୍ଲକ ଉଲିକୁପା ସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୧୦ ଦିନ ଧରି ଚାଲିଥିବା ଛାତ୍ରୀମାନଙ୍କ ଆତ୍ମ ସୁରକ୍ଷା ତାଲିମ ଶିବିର ଆଜି ଉଦଯାପିତ ହେଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ଭବାନୀ ପ୍ରସାଦ ନାଏକଙ୍କ ତତ୍ବାବଧାନରେ ଚାଲିଥିବା ଏହି ଶିବିରରେ ପ୍ରଶିକ୍ଷିକା ଭାବେ ଭୂମିସୁତା ରାଉତ ଯୋଗଦେଇ ୮୮ ଜଣ ଛାତ୍ରୀଙ୍କୁ ତାଲିମ ଦେଇଥିଲେ। ଶିବିର ପରିଚାଳନାରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.