କଲମପୁର ବ୍ଳକ୍ ଶିକ୍ଷା ବିଭାଗ ଆନୁକୂଲ୍ୟରେ ପ୍ରଥମ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନୀ

ଓଡ଼ିଆ ବାର୍ତ୍ତା/ କଲମପୁର (ଶରତ ଚନ୍ଦ୍ର ସୁନାନୀ): କଳାହାଣ୍ଡି ଜିଲ୍ଲା କଲମପୁର ବ୍ଳକ୍ ଶିକ୍ଷା ବିଭାଗ ଆନୁକୂଲ୍ୟରେ ପ୍ରଥମ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଇଚ୍ଛାପୁର ଠାରେ ଆୟୋଜିତ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶ୍ରୀ ମଧୁସ୍ମିତା ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଟେମଲାଲ ଦୁବେ, ବିଚାରକ ତଥା ସମ୍ମାନିତ ଅତିଥି ଭାବେ ଶିକ୍ଷକ ପ୍ରଶିକ୍ଷକ ରାଜେଶ ଭୋଇ ଏବଂ ଶ୍ରୀ ସଞ୍ଜୟ ଶବର, ବିଆରସି ତଥା ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ହେମନ୍ତ କୁମାର ପଣ୍ଡା, ଏବିଇଓ ସୁଶାନ୍ତ କୁମାର ଖମାରୀ, ଏବିଇଓ ସୁଶିଳ କୁମାର ମୁଣ୍ଡ, ଇଚ୍ଛାପୁର ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶୁଭେନ୍ଦୁ କୁମାର ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ। ପାତ୍ରବସା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନ୍ମଥ କୁମାର ମିଶ୍ର ମଞ୍ଚ ପରିଚାଳନା କରିଥିଲେ। ଶ୍ରୀ ଦୁବେ ନିଜ ବକ୍ତବ୍ଯରେ ଶିକ୍ଷକ ଓ ଛାତ୍ର ଛାତ୍ରୀଙ୍କ ପାଇଁ ଅନେକ ପ୍ରେରଣାଦାୟକ ବାର୍ତ୍ତା ପ୍ରଦାନ କରିଥିଲେ। ଏବିଇଓ ହେମନ୍ତ କୁମାର ପଣ୍ଡା ଧନ୍ଯବାଦ୍ ଜ୍ଞାପନ କରିଥିଲେ। ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନୀରେ ବ୍ଲକର ପ୍ରାୟ ୬୦ରୁ ଅଧିକ ବିଦ୍ୟାଳୟ ଭାଗ ନେଇ ୧୩୦ ରୁ ଅଧିକ ଆକର୍ଷଣୀୟ ଓ ଶିକ୍ଷଣ ଉପଯୋଗୀ ସାମଗ୍ରୀ ପ୍ରଦର୍ଶନ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ଦୁବେ ଏହାର ପରିଦର୍ଶନ କରି ସାମଗ୍ରୀ ଗୁଡିକ କିପରି ଶ୍ରେଣୀ ପରିଚାଳନା ସମୟରେ ସଦୁପଯୋଗ ହେବ ତାହା ସମ୍ପର୍କରେ ଆଲୋଚନା କରି ଉତ୍ସାହ ପ୍ରଦାନ କରିଥିଲେ। ଉଦଯାପନି ଅଧିବେଶନରେ ଶ୍ରେଷ୍ଠ ପାଞ୍ଚୋଟି ବରିଷ୍ଠ ବିଭାଗ ନିମନ୍ତେ ଉଦ୍ଦିଷ୍ଟ ଶିକ୍ଷଣ ସାମଗ୍ରୀ ତଥା ତିନୋଟି ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଉପରେ ପର୍ଯ୍ୟବେସିତ ସାମଗ୍ରୀ ପାଇଁ ସମ୍ପୃକ୍ତ ବିଦ୍ୟାଳୟ ଗୁଡିକୁ ପୁରସ୍କୃତ କରାଯାଇଥିଲା। ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ସୁଶିଳ କୁମାର ପଣ୍ଡା ଧନ୍ଯବାଦ ଜ୍ଞାପନ କରିଥିଲେ। ସ୍କୁଲର ସମସ୍ତ ଶିକ୍ଷକ ତଥା ବ୍ଲକର ସମସ୍ତ ସିଆରସିସି ସହଯୋଗ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରାପ୍ତ ବିଦ୍ୟାଳୟ ଏବଂ ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କୁ କଲମପୁର ଶିକ୍ଷା ବିଭାଗ ତରଫରୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନୀତ କରାଯାଇଥିଲା

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.