ପଙ୍ଖାରେ ଶାଢ଼ୀ ଲଗାଇ ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ବଡ଼ମାଳ ଫାଣ୍ଡି ଅଞ୍ଚଳ ଡ଼ଙ୍ଗାବାହାଲ ଗ୍ରାମରେ ଜଣେ ଯୁବକ ପଙ୍ଖାରେ ଶାଢ଼ୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତ ଯୁବକଙ୍କ ନାମ କୁଶ ଦୀପ (୨୯)  ବୋଲି ଜଣାପଡିଛି। ପ୍ରକାଶ ଯେ, ଏହି ଫାଣ୍ଡି ଅଧୀନ କୁଇକେଡା ପଞ୍ଚାୟତ ଡ଼ଙ୍ଗାବାହାଲ ଗ୍ରାମ ଅସାଧୁ ଦୀପଙ୍କ ପୁଅ କୁଶ ଦୀପ ଘରୋଇ କଳହକୁ କେନ୍ଦ୍ର କରି ଗତ ରାତିରେ ଘର ପଙ୍ଖାରେ ଶାଢ଼ୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ଖବର ପାଇଁ ଘଟଣାସ୍ଥଳକୁ ସଇଁତଲା ଆଇଆଇସି ସୁଶାନ୍ତ ପ୍ରଧାନଙ୍କ ତତ୍ତ୍ୱବଧାନରେ ଫାଣ୍ଡି ଅଧିକାରୀ ହରେକୃଷ୍ଣ ମାଝୀ  ସଦବଳଳେ ପହଂଚି ଶବକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ଟିଟିଲାଗଡ଼କୁ ପଠାଇ ଦେଇଛନ୍ତି। ଏହି ଘଟଣାକୁ ନେଇ ପୋଲିସ ଅଧିକ ତଦନ୍ତ ଚଲାଇଥିବା ଜଣାପଡିଛି। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.