ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ବିବିନା ପଂଚାୟତରେ ସୋମବାର ଆମ ଓଡିଶା ନବୀନ ଓଡିଶା ପଂଚାୟତସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସରପଞ୍ଚ ପୁରୁଷୋତ୍ତମ କଲତାଙ୍କ ତତ୍ୱାବଧାନରେ ମନ୍ତ୍ରୀଙ୍କ ପ୍ରତିନିଧି ଚନ୍ଦ୍ରବଦନ ପୁରୋହିତ, ସରପଞ୍ଚ ସୁବ୍ରତ ନାଗ, ମନୀଷ ସୁନା ଓ ସମିତିସଭ୍ୟା ମାମି ରଣା ଯୋଗଦାନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଉକ୍ତ ବୈଠକରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ଗୁଡିକ ଉପରେ ମାର୍ଗ ଦର୍ଶନ ଦେଇ ଜନ ସଚେତନତା ସୃଷ୍ଟି କରିଥିଲେ। ଏହି ଅବସରରେ କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ମମତା ଯୋଜନା ଷ୍ଟଲ ମାନେ ଖୋଲା ଯାଇଥିଲା। ଏହି ପରିପେକ୍ଷୀରେ ଅତିଥିମାନଙ୍କ ଦ୍ୱାରା ସରକାରଙ୍କ ଉନ୍ନତିମୂଳକ କାର୍ଯ୍ୟ ଉପରେ ପୁସ୍ତକ ଉନ୍ମୋଚନ ହୋଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଗାଁ ରେ ଜଗନ୍ନାଥ ସଂସ୍କୃତି ର ସଂରକ୍ଷଣ, ବିଭିନ୍ନ ଧର୍ମାନୁଷ୍ଠାନ ଗୁଡିକର ରୂପାନ୍ତିକରଣ, ମହିଳା ସଶକ୍ତିକରଣ ଓ ଭିତ୍ତିଭୁମି ର ବିକାଶ, ବ୍ୟାଙ୍କିଙ୍ଗ ଭିତ୍ତିଭୂମି ର ବିକାଶ, ବିଦ୍ୟାଳୟ ଗୁଡିକର ରୂପାନ୍ତିକରଣ ଉପରେ ଲୋକମାନଙ୍କୁ ସଚେତନ କରାଯାଇଥିଲା। ଏଥିରେ ଦାଵଯୋରୀ ସଂକୀର୍ତ୍ତନ ଦଳ ଓ ଛନଛଡା କୈଲାସ କୁମ୍ଭାର ତାଙ୍କ ଟିମ ସାଂସ୍କୃତିକ କାର୍ଯ୍ୟକ୍ରମରେ ପରିବେଷଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଖଗେଶ୍ୱର କମ୍ପ, ପୂର୍ବତନ ସରପଞ୍ଚ ନିର୍ମଳ ହରପାଲ, ସରପଞ୍ଚଙ୍କ ପ୍ରତିନିଧି ପ୍ରଦୀପ ବାଗ , ସମିତି ସଭ୍ୟା ମାମି ରଣା, ଜିଆରଏସ ନାରାୟଣ ଗହୀର , ନାଏବ ସରପଞ୍ଚ ସୁବନ୍ତି ବାରିକ, ୱାର୍ଡ ମେମ୍ବର ଗୀତାଞ୍ଜଳି ନାଗ, ଅର୍ଣ୍ଣ ଭୋଇ, ଲବଙ୍ଗ ଭୋଇ, କଷ୍ଟମ ସାଗର, ପ୍ରହଲ୍ଲାଦ ପ୍ରଧାନ, ବବି ଭୋଇ, ବାସନ୍ତୀ ମାଝୀ ଅନାଦି ରଣା, ମିଥିଲା ଭାଟି, ସିଆପିସିଏମ, ଅଙ୍ଗେନବାଡ଼ି କର୍ମୀ, ଏମବିକେ, ସ୍ୱୟଂ ସହାୟକ ଦଳ, ବ୍ୟାଙ୍କ ମିତ୍ର ଙ୍କ ସହ ବିଭିନ୍ନ ସ୍ବେଛାସେବୀ ସଙ୍ଗଠନର ରାଜ କୁମାର ଦୀପ ଓ ପ୍ରମୋଦ ଭୋଇ ଓ ପଞ୍ଚାୟତର ଶତାଧିକ ମହିଳା ଓ ପୁରୁଷ ସାମିଲ ହୋଇଥିଲେ।