କଳାହାଣ୍ଡି/ ଓଡ଼ିଆ ବାର୍ତ୍ତା (ହେମନ୍ତ ସାହୁ): ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାର ସଫଳତା ନେଇ କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଳକ ପ୍ରଶାସନ ପକ୍ଷରୁ ଡୁଡୁକାରଞ୍ଜା ପଞ୍ଚାୟତରେ ଆମ ଓଡିଶା ନବୀନ ଓଡିଶା ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସରପଞ୍ଚ ସୂର୍ଯ୍ୟମଣି ପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନର୍ଲା ବିଧାୟକ ଭୁପିନ୍ଦର ସିଂହ, ମୁଖ୍ୟ ବକ୍ତା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ସମ୍ମାନୀତ ଅତିଥି ସମାଜ ସେବୀ ଗୋବିନ୍ଦ ପ୍ରସାଦ ଶତପଥୀ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମଣ ପ୍ରଧାନ, ସମାଜସେବୀ ବିକାଶ ରଞ୍ଜନ ସିଂହଦେଓ, ପୂର୍ବତନ ସରପଂଚ ଚୈତନ୍ୟ ମାଝୀ, ପଞ୍ଚାୟତ କାର୍ଯ୍ୟାଳୟ ଭୂମି ଦାତା କାର୍ତ୍ତିକ ପାତ୍ର, ଅଲାତରା ଗ୍ରାମ ପଞ୍ଚାୟତର ସରପଞ୍ଚ ସସ୍ମିତା ନାଗ, ବାରବନ୍ଧା ସରପଞ୍ଚ ବୃନ୍ଦାବତୀ ପାଠକ, ସମାଜସେବୀ ପ୍ରଦୀପ ପାଣିଗ୍ରାହୀ ଯୋଗ ଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଓ ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଇଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଏବଂ ଆବଶ୍ୟକକୁ ଭିତ୍ତି କରି ନିର୍ମାଣ ହୋଇଥିବା ବିଭିନ୍ନ ଉନ୍ନୟନ ପ୍ରକଳ୍ପର କାର୍ଯ୍ୟର ବିକାଶ ନେଇ ଲୋକଙ୍କୁ ସଭା ମାଧ୍ୟମରେ ସଚେତନ କରାଯାଇଛି। ପରେ ରାଜ୍ୟ ସରକାରଙ୍କ ଦ୍ବାରା ହୋଇଥିବା ବିଭିନ୍ନ ବିକାଶ ମୁଳକ କାମକୁ ନେଇ ଏକ ପୁସ୍ତକ ଅତିଥି ମାନଙ୍କ ଦ୍ବାରା ଉନ୍ମୋଚନ କରାଯାଇଥିଲା। ପରେ ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଘୁମୁରା ଓ ବଜାଶାଲ ସହ କୁନି କଳାକାର ମାନଙ୍କ ଦ୍ବାରା ନୃତ୍ୟ ପରିବେଷିତ ହୋଇଥିଲା। କାର୍ଯ୍ୟକ୍ରମରେ ସାମ୍ବାଦିକ ହେମନ୍ତ ସାହୁ ମଞ୍ଚ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଶତାଧିକ ପୁରୁଷ ମହିଳା ଉପସ୍ଥିତ ଥିବା ବେଳେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଉଗ୍ରସେନ ଗୌଡ଼, ଜିଆରଏସ ହରି ଶଙ୍କର ମିଶ୍ରଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।