ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ବ୍ଲକର ପ୍ରତାପୁର କଲ୍ୟାଣ ମଣ୍ଡପ ଠାରେ ନିଖିଳ ଉତ୍କଳ ରାଜ୍ୟ ଖଡୁରା ସମାଜର ସମସ୍ତ ଜିଲ୍ଲା ସଭାପତିଙ୍କ ସମ୍ବର୍ଦ୍ଧନା ଉତ୍ସବ ପ୍ରତାପୁର ପେଣ୍ଠର ସଭାପତି ସୁଦର୍ଶନ ନାୟକଙ୍କ ସଂଯୋଜନାରେ ଆରମ୍ଭ କରାଯାଇଥିଲା | ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଭାପତି ଗିରିଶ ଚନ୍ଦ୍ର ନାୟକ, ସମ୍ମାନିତ ଅତିଥି ଭାବେ ରାଜ୍ୟ ସମ୍ପାଦକ ପ୍ରସନ୍ନ କୁମାର ନାୟକ, ଗଞ୍ଜାମ ଜିଲ୍କା ସଭାପତି ଯୋଗେନ୍ଦ୍ର କୁମାର ନାୟକ, ପ୍ରତାପୁର ପେଣ୍ଠ ସଭାପତି ସୁଦର୍ଶନ ନାୟକ, ବରିଷ୍ଟ ଶିକ୍ଷା ବିତ ପ୍ରତାପ କୁମାର ନାୟକ ମଞ୍ଚାସିନ ହୋଇଥିଲେ | ଏହି ବୈଠକରେ ସମସ୍ତ ମଞ୍ଚାସିନ ଅତିଥିମାନେ ନିଜ ଜାତିରେ ଥିବା ଅନଗ୍ରସର ଯୁବକ, ଯୁବତୀଙ୍କୁ ସମସ୍ତ ଶିକ୍ଷା, ସ୍ୱାସ୍ଥ୍ୟ, ଏବଂ ଆର୍ଥିକ କ୍ଷେତ୍ର ରେ ସମସ୍ତ ପ୍ରକାର ସୁବିଧା ସହଯୋଗ ପ୍ରଦାନ ପୂର୍ବକ ସମସ୍ତ ଙ୍କୁ ଗୋଟିଏ ସୁତା ରେ ବାନ୍ଧି ରଖିବା ସହିତ ସମସ୍ତ ପେଣ୍ଠ ର ଗୃହ ପାଇଁ ଜାଗା ଚିହ୍ନଟ ପ୍ରକ୍ରିୟା ସହିତ ଅନ୍ୟାନ୍ୟ ସମସ୍ତ ସୁବିଧା କିପରି ସରକାର ଙ୍କ ଠାରୁ ପ୍ରାପ୍ତ ହେବ ତାଉପରେ ଆଲୋଚନାକରିବାକୁ ମତ ଦେଇଥିଲେ |
ରାଜ୍ୟ ର ପ୍ରତେକ ଜିଲ୍ଲା ର ସଭାପତି, ସମ୍ଫାଦକ ଏବଂ କୋଷାଧ୍ୟକ୍ଷ ଭାବେ 26 ଗୋଟି ପେଣ୍ଟର 78 ଜଣ ବ୍ୟକ୍ତି ଏହି ସଭାକୁ ଆସିଥିଲେ, ସମସ୍ତ ଅତିଥି ବୃନ୍ଦ ଙ୍କୁ ପ୍ରତାପୁର ଖଡୁରା ସମାଜର ସମସ୍ତ କାର୍ଯ୍ୟକର୍ତ୍ତା ମାନଙ୍କ ଦ୍ଵାରା ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରାଯାଇଥିଲା। ଏବଂ ପ୍ରଥମେ ରାଜ୍ୟ ସଭାପତିଙ୍କୁ ଗଞ୍ଜାମ ଜିଲ୍ଲା ସଭାପତି ଯୋଗେନ୍ଦ୍ର ନାୟକ ଓ ପ୍ରତାପୁର ପେଣ୍ଠ ସଭାପତି ସୁଦର୍ଶନ ନାୟକ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିବା ପରେ ରାଜ୍ୟ ସଭାପତି ଗିରିଶ ଚନ୍ଦ୍ର ନାୟକ ଆଣିଥିବା ଜଗନ୍ନାଥ ଙ୍କ ପଟଚିତ୍ର, ସହିତ ଉପଢୌକନ ରାଜ୍ୟ ସମ୍ପାଦକ ପ୍ରସନ୍ନ କୁମାର ନାୟକ ଉପସ୍ଥିତ ସମସ୍ତ ମଞ୍ଚାସିନ ଅତିଥି ଓ ବିଭିର୍ଣ୍ଣ ଜିଲ୍ଳାରୁ ଆସିଥିବା କର୍ମକର୍ତ୍ତା ଙ୍କ ସହିତ ପ୍ରତାପୁର ପେଣ୍ଠ ର ସବୁ କର୍ମକର୍ତ୍ତା ଓ ସଦସ୍ୟ, ଏବଂ ମହିଳା କର୍ମକର୍ତ୍ତା, ସଦସ୍ୟା ଙ୍କୁ ସବର୍ଦ୍ଧିତ କରିଥିଲେ |
କାର୍ଯ୍ୟକ୍ରମଶେଷରେ କହେଁଇ ପୁର ଗ୍ରାମର ଅବସର ପ୍ରାପ୍ତ ଶିକ୍ଷକ ପ୍ରତାପ ଚନ୍ଦ୍ର ମହାପାତ୍ର, ଗରିବ ଏବଂ ଆର୍ଥିକ ଅନାଟନରେ ଥିବା ପରିବାର ମାନଙ୍କୁ ସାହାଯ୍ୟ କରିବାକୁ ସଂଘ ର ସମସ୍ତ କାର୍ଯ୍ୟକର୍ତ୍ତା ଙ୍କୁ ଉପଦେଶ ଦେଇଥିଲେ | ଏହି କାର୍ଯ୍ୟକ୍ରମକୁ ପ୍ରତାପପୁର ପେଣ୍ଠର କାହ୍ନୁଚରଣ ନାୟକ, କେଦାର ନାୟକ, ନାରାୟଣ ନାୟକ, ପୂର୍ଣ୍ଣ ନାୟକ, ନବଘନ ନାୟକ, ଲୋକନାଥ ନାୟକ, ବିଜୟ ନାୟକ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ, ଏବଂ ସହଯୋଗ କରିଥିଲେ | ବିଭିନ୍ନ ପେଣ୍ଠ ର କର୍ମକର୍ତ୍ତାଙ୍କ ସହ ସ୍ଥାନୀୟ ଅଞ୍ଚଳର ଜାତି ଭାଇ ଭଉଣୀ ମାନେ ଉପସ୍ଥିତ ଥିଲେ।ପ୍ରତାପପୁର ପେଣ୍ଠର ସମ୍ପାଦକ ପ୍ରଶ୍ନ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।