ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କଲେ ଡବ୍ଲୁଓଡ଼ିସି ବିଶେଷଜ୍ଞ ସଦସ୍ୟ ଅବିନାଶ ଠାକୁର
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ମଦନପୁର ରାମପୁର ବ୍ଳକ ଅନ୍ତର୍ଗତ ସିଙ୍ଗପୁର ପଞ୍ଚାୟତ ପଡ଼ିଆ ଠାରେ ସିଙ୍ଗପୁର କ୍ରିକେଟ କ୍ଳବ୍ ତରଫରୁ ଆୟୋଜିତ ଶଶିଭୂଷଣ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କଲେ ପଶ୍ଚିମ ଓଡ଼ିଶା ବିଶେଷଜ୍ଞ ସଦସ୍ୟ ଅବିନାଶ ଠାକୁର। ସିଙ୍ଗପୁର ଏବଂ ଭାଲୁପିଆ ମଧ୍ୟରେ ହୋଇଥିବା ଏହି ରୋମାଞ୍ଚକର ଫାଇନାଲ ମ୍ୟାଚରେ ସିଙ୍ଗପୁର ଟିମ୍ ବିଜୟୀ ହୋଇ ଚାମ୍ପିଅନ ଭାବରେ ପୁରସ୍କୃତ ହୋଇଥିଲେ। ଏଠାରେ ଉଲ୍ଲଖଯୋଗ୍ୟ ଯେ, ବିଜେଡ଼ିର ସାଙ୍ଗଠନିକ କାର୍ଯ୍ୟରେ ଗାଁ ଗାଁ ବୁଲି ଘରକୁ ଘର ଯାଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସନ୍ଦେଶ ଦେବା, ରାଜ୍ୟ ସରକାରଙ୍କର ବିକାଶ ମୂଳକ କାର୍ଯ୍ୟ ଓ ଜନ କଲ୍ୟାଣ ଯୋଜନା ଗୁଡିକ ଲୋକଙ୍କ ପାଖରେ ପହଞ୍ଚାଇବା ଭଳି କାର୍ଯ୍ୟ ପ୍ରତ୍ୟହ କରିଆସୁଥିବା ଯୁବ ନେତା ଡବ୍ଲୁଓଡ଼ିସିର ବିଶେଷଜ୍ଞ ସଦସ୍ୟ ଅବିନାଶ ଠାକୁର ଯୁବ ପିଢ଼ିଙ୍କୁ ମଧ୍ଯ ସଙ୍ଗଠିତ କରିବାର ପ୍ରୟାସ ଜାରି ରଖୁଛନ୍ତି। ଯୁବ ପିଢି କ୍ରୀଡ଼ାକୁ ଗୁରୁତ୍ବ ଦେଇ କ୍ରୀଡ଼ା କ୍ଷେତ୍ରରେ କ୍ୟାରିୟର ଗଠନ କରନ୍ତୁ ଓ ରାଜ୍ୟ ପାଇଁ ସୁନାମ ଆଣନ୍ତୁ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସ । ଏଣୁ ଏହାର ସଫଳ ରୁପାୟନ ପାଇଁ ଯୁବ ନେତା ଡବ୍ଲୁଓଡ଼ିସିର ବିଶେଷଜ୍ଞ ସଦସ୍ୟ ଅବିନାଶ ଠାକୁର ନର୍ଲା ନିର୍ବାଚନ ମଣ୍ଡଳୀ ପ୍ରତି ଗାଁକୁ ଯାଇ ଯୁବ ପିଢିଙ୍କୁ ସଙ୍ଗଠିତ କରୁଥିବା ଶ୍ରୀ ଠାକୁର କହିଛନ୍ତି।