ବାରବନ୍ଧା ପଞ୍ଚାୟତରେ ଆମ ଓଡିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାର ସଫଳତା ନେଇ କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଳକ ପ୍ରଶାସନ ପକ୍ଷରୁ ବାରବନ୍ଧା ପଞ୍ଚାୟତରେ ଆମ ଓଡିଶା ନବୀନ ଓଡିଶା ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସରପଞ୍ଚ ବୃନ୍ଦାବତୀ ପାଠକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନର୍ଲା ବିଧାୟକ ଭୁପିନ୍ଦର ସିଂହ, ମୁଖ୍ୟ ବକ୍ତା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ସମ୍ମାନୀତ ଅତିଥି ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମଣ ପ୍ରଧାନ, ବରିଷ୍ଠ ସାମ୍ବାଦିକ କମ୍ବୁପାଣି ମିଶ୍ର, ସମାଜସେବୀ ବିକାଶ ରଞ୍ଜନ ସିଂହଦେଓ, ଆଇନଜୀବୀ ସତ୍ୟ ନାରାୟଣ ସାହୁ, ସମିତି ସଭ୍ୟା ନମିତା ରାଉତ, ଡୁଡୁକାରଞ୍ଜା ଗ୍ରାମପଞ୍ଚାୟତର ସରପଞ୍ଚ ସୂର୍ଯ୍ୟମଣି ପାତ୍ର, ମଦନପୁର ଗ୍ରାମ ପଞ୍ଚାୟତ ସରପଞ୍ଚ କେତକୀ ଦଣ୍ଡିଆ, ନୁନପୁର ସରପଞ୍ଚ ସବିତା ରଣା, ଡମ୍ କର୍ଲାଖୁଣ୍ଟା ସରପଞ୍ଚ ସ୍ନିଗ୍ଧା ରଣା, ଅଲାତରା ସରପଞ୍ଚ ସସ୍ମିତା ନାଗ, ସମାଜସେବୀ ରାଜେଶ କୁମାର ପାଠକ, ପ୍ରଦୀପ ପାଣିଗ୍ରାହୀ ଯୋଗ ଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଓ ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରିଥିଲେ। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଏବଂ ଆବଶ୍ୟକକୁ ଭିତି କରି ନିର୍ମାଣ ହୋଇଥିବା ବିଭିନ୍ନ ଉନ୍ନୟନ ପ୍ରକଳ୍ପର କାର୍ଯ୍ୟର ବିକାଶ ନେଇ ଲୋକଙ୍କୁ ସଭା ମାଧ୍ୟମରେ ସଚେତନ କରାଯାଇଛି। ପରେ ରାଜ୍ୟ ସରକାରଙ୍କ ଦ୍ବାରା ହୋଇଥିବା ବିଭିନ୍ନ ବିକାଶ ମୁଳକ କାମକୁ ନେଇ ଏକ ପୁସ୍ତକ ଅତିଥି ମାନଙ୍କ ଦ୍ବାରା ଉନ୍ମୋଚନ କରାଯାଇଥିଲା। ପରେ ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ବଜାଶାଲ ଓ କୁନି କଳାକାର ମାନଙ୍କ ଦ୍ବାରା ନୃତ୍ୟ ପରିବେଷିତ ହୋଇଥିଲା। କାର୍ଯ୍ୟକ୍ରମରେ ସାମ୍ବାଦିକ ହେମନ୍ତ ସାହୁ ମଞ୍ଚ ପରିଚାଳନା କରିଥିଲେ। ଏଥିରେ ଶତାଧିକ ପୁରୁଷ ମହିଳା ଉପସ୍ଥିତ ଥିବାବେଳେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଉଗ୍ରସେନ ଗୌଡ଼, ଜିଆରଏସଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.