ସରିଆଁ କ୍ଲଷ୍ଟରରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ବିଇଓ ତପିମଣି ଜାନୀଙ୍କ ଅଭିନନ୍ଦନ ସମାରୋହ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସରିଆଁ କ୍ଲଷ୍ଟରର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ (ବିଇଓ) ତପିମଣି ଜାନୀଙ୍କ ଅଭିନନ୍ଦନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ସରିଆଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆୟୋଜିତ ସମାରୋହରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଟଙ୍କଧର ସାହା ସଭାପତିତ୍ୱ କରିଥିବା ବେଳେ ନର୍ଲା ବିଇଓ ତପିମଣି ଜାନୀ, ବିଆରସିସି ଗୋବର୍ଦ୍ଧନ ମାଝୀ, ଏବିଇଓ ସୂର୍ଯ୍ୟଦେବ ବାଗ, ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସରିଆଁର ପ୍ରଧାନଶିକ୍ଷକ ସାଧୁରାମ ଭୋଇ, ନର୍ଲା ଶିକ୍ଷକ ସଂଘର ସମ୍ପାଦକ ଅମିତ କୁମାର ଶର୍ମା, ସିଆରସିସି ସୁଧୀର କୁମାର ଧଙ୍ଗଡ଼ାମାଝୀ ପ୍ରମୁଖ ଅତିଥି ଭାବେ ମଞ୍ଚାସୀନ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ବରିଷ୍ଠ ଶିକ୍ଷକ ପ୍ରଦୀପ୍ତ କୁମାର ସେଠୀ ସଭା ପରିଚାଳନା କରିଥିବା ବେଳେ ଗୋକୁଳ ସାହୁ, ହିମାଦ୍ରି ଭୋଇ, ସାଧୁରାମ କରୁଆଁ, କାଜଲ ପ୍ରିୟଦର୍ଶିନୀ, ଭଗବାନ ମାଝୀ, ପ୍ରମୋଦ କୁମାର ସାହୁ, ଦିଲୀପ କୁମାର ପଧାନ, ଶୁକଦେବ ସାହା, ହିମାଂଶୁ ଶେଖର ସାହୁ, ଚନ୍ଦ୍ରମଣି ନାଗ, ସାଗରିକା ରାଉତ, ପ୍ରତାପ କିଶୋର ରଣା, ଲକ୍ଷ୍ମୀଧର ସାହୁ, ଦୁର୍ଗାମାଧବ ତ୍ରିପାଠୀ, ଗୋପାଳ ଚନ୍ଦ୍ର ଭୋଇ, ହେମନ୍ତ କୁମାର ସାହୁ, ପ୍ରଫୁଲ୍ଲ କୁମାର ରାଉତ, ଶରତ ଚନ୍ଦ୍ର ଭୋଇ, ରାଜେଶ୍ୱରୀ ଗୁପ୍ତା, ଦୟାନିଧି ପଧାନ, କିଶୋର ଚନ୍ଦ୍ର ତ୍ରିପାଠୀ, ବଳଭଦ୍ର ହରିଜନ, ବାସୁଦେବ ବାଗ, ବିଜୟା ଭାରତୀ ମହାରଣା, ବାବୁ ପାଢ଼ୀ, ସୁଧୀର କୁମାର ରାଉତ, କୃତାଞ୍ଜଳ ସାହୁ, ଧର୍ମେନ୍ଦ୍ର ମାଝୀ, ଲମ୍ବୋଦର ବେହେରା, ସୁରୁବାନୀ ଶବର ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.