ସୁନାମୁଖି ଶାନ୍ତିବନଠାରେ ଗୋକୁଳେଶ୍ୱର ପ୍ରାଥମିକ କୃଷି ସମବାୟ ସମିତିର ବନ୍ଧୁମିଳନ ସମାରୋହ 

ଓଡ଼ିଆ ବାର୍ତ୍ତା/ କେସିଙ୍ଗା: କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ମହଗାଁ ସ୍ଥିତ ସୁନାମୁଖି ଶାନ୍ତିବନ ଠାରେ ଗୋକୁଳେଶ୍ୱର ପ୍ରାଥମିକ କୃଷି ସମବାୟ ସମିତିର ବନ୍ଧୁମିଳନ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ଏହି ରମଣୀୟ ସ୍ଥାନରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିଲେ ଗୋକୁଳେଶ୍ବର ପ୍ରାଥମିକ କୃଷି ସମବାୟ ସମିତିର ସଭାପତି ତଥା କୁଣ୍ଡାବନ୍ଦ ସମିତି ସଭ୍ୟ ମନୋଜ ପଟ୍ଟନାୟକ। ଅଞ୍ଚଳର ଚାଷୀମାନେ କେମିତି ସରକାରଙ୍କ ସମସ୍ତ ସୁବିଧା ବ୍ୟବସ୍ଥିତ ଢଙ୍ଗରେ ପାଇପାରିବେ ସେନେଇ ବୈଠକରେ ଆଲୋଚନା ହୋଇଥିଲା। ଏହା ସହ ଐତିହାସିକ ଗୁରୁତ୍ବ ବହନ କରୁଥିବା ସୁନାମୁଖି ଶାନ୍ତିବନର ଉନ୍ନତି ଦିଗରେ ସରକାର ଦୃଷ୍ଟି ଦେଇ ଏହି ସ୍ଥାନକୁ ଏକ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବାପାଇଁ ସଭାରେ ମତ ପ୍ରକାଶ ପାଇଛି। ଆଜିର ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ଅଞ୍ଚଳର ଅନେକ ପ୍ରତିଷ୍ଠିତ ବ୍ୟକ୍ତି ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଦେଓଗାଁ ସରପଞ୍ଚ ଡମ୍ବରୁଧର ପଟ୍ଟନାୟକ, ଗୋକୁଳେଶ୍ୱର ସରପଞ୍ଚ କେଶୁଲାଲ ତାଣ୍ଡି, ଗାଈଗାଁ ସରପଞ୍ଚ ପ୍ରମୋଦ ସାହୁ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ କେଶରୀ ଶବର, କେସିଙ୍ଗା ବ୍ଲକ ଆଦିବାସୀ ସଂଘ ସଭାପତି ମୋହନ ଶବର, ସମିତିର ନିର୍ବାହୀ ଅଧିକାରୀ ମୁକୁନ୍ଦ ଶବର, କୃଷି ସମିତିର ସମସ୍ତ ନିର୍ଦେଶକ ଏବଂ ପେକ୍ସ କର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.