ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ସଦର ବ୍ଲକ କୁରେଶ୍ୱର ଓ ସିଲଭା ପଂଚାୟତରେ ଆମ ଓଡିଶା ନବୀନ ଓଡିଶାର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କୋମନା ବିଡ଼ିଓ ହିତାଂଶୁ ଶେଖର ସାମଲଙ୍କ ତତ୍ୱାବଧାନରେ ଏବଂ କୁରେଶ୍ୱର ପିଇଓ ହେମସିଂ ରାଉତଙ୍କ ଅଧକ୍ଷତାରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଉପାଧକ୍ଷା ଦୀପିକା ଦୀପ, କୋମନା ପଂଚାୟତ ସମିତି ଅଧକ୍ଷା ଅନୁସୂୟା କୁମ୍ଭାର, ଉପାଧକ୍ଷ ଜୟଦେବ ପ୍ରଧାନ, ସ୍ଥାନୀୟ ସରପଞ୍ଚ ବିଜୟଲକ୍ଷ୍ମୀ ବରାଳ, ସମିତିସଭ୍ୟା ଝମତି ମାଝୀ, ନାଏକ ସରପଞ୍ଚ ସତ୍ୟବାନ ସାହୁ ପ୍ରମୁଖ ମଂଚାସୀନ ଥିଲେ। ଯୁବ ସମାଜସେବୀ ସଞ୍ଜୟ ସାହୁ ମଞ୍ଚ ପରିଚାଳନା କରିଥିଵା ବେଳେ ଜିଆରଏସ ଗାୟତ୍ରୀ ନାଗ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ସେହିପରି ସିଲଭା ଠାରେ ମଧ୍ୟ ଆମ ଓଡିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କୋମନା ବିଡ଼ିଓ ହିତାଂଶୁ ଶେଖର ସାମଲଙ୍କ ତତ୍ୱାବଧାନରେ ଏବଂ ପିଇଓ ନରେନ୍ଦ୍ର ସାହୁଙ୍କ ଅଧକ୍ଷତାରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ପରିଷଦ ସଭ୍ୟ ଅବନୀ ରଞ୍ଜନ ଯୋଶୀ, କୋମନା ପଂଚାୟତ ସମିତି ଅଧକ୍ଷା ଅନୁସୂୟା କୁମ୍ଭାର, ସ୍ଥାନୀୟ ସରପଞ୍ଚ କାଞ୍ଚନପ୍ରଭା ରଣା, ନାୟକ ସରପଞ୍ଚ ସବିତା ମାଝୀ, ସମାଜସେବୀ ରଂଜିତ ଭୋଇ ପ୍ରମୁଖ ମଂଚାସୀନ ଥିଲେ। ଜିଆରଏସ ରାଜେନ୍ଦ୍ର ବାଗ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ନୃତ୍ୟ ପରିବେଶଣ କରିଥିଲେ। ତେବେ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଏବଂ ନିଜର ପଂଚାୟତରେ ହୋଇଥିବା ବିକାଶଧାର ବିଷୟରେ ଲୋକଙ୍କୁ ସଚେତନତା କରାଇବା ହିଁ ଏହି କାର୍ଯ୍ୟକ୍ରମର ମୂଳ ଉଦେଶ୍ୟ। ସାମାଜିକ ବିକାଶକୁ ଗୁରୁତ୍ୱ ଦେଉଥିବାରୁ ଲୋକଙ୍କ ସମସ୍ୟାର ସମାଧାନ ହେବା ସମ୍ପୂର୍ଣ ଭାବେ ସମ୍ଭବ ବୋଲି ଅତିଥିଗଣ ମତ ପ୍ରକାଶ କରିଥିଲେ।