ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ବୁଧବାର କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି ରାଜ୍ୟ କାୟାକଳ୍ପ ଟିମ। ଏହି ଟିମ ରେ ରାଜ୍ୟରୁ ଡ଼ାକ୍ତର ସତ୍ୟ ନାରାୟଣ ସାମଲ, ସୁନିତା ଜେନା, ତିରୁପତି ମିଶ୍ର ପ୍ରମୁଖ ରହିଥିଲେ, ତାଙ୍କ ସହ ଜିଲ୍ଲାରୁ ରୀତା ନାଏକ, ମଳୟ ସେନ ଓ ଅନନ୍ତ ପଣ୍ଡା ପ୍ରମୁଖ ପରିଦର୍ଶନରେ ଆସିଥିଲେ। ଏହି ଟିମ୍ ସ୍ବାସ୍ଥ୍ୟ କେନ୍ଦ୍ରର ଆନୁସଙ୍ଗିକ ସୁବ୍ୟବସ୍ଥା ସହ ସ୍ବଚ୍ଛତା, ପରିବେଷ ପରିଚ୍ଛନ୍ନତା, ପିଇବା ପାଣି, ଔଷଧ ଭଣ୍ଡାର ଏବଂ ଡାକ୍ତରଖାନାର ବିଭିନ୍ନ ବିଭାଗକୁ ତଦାରଖ କରିଥିଲେ। ତେବେ ବର୍ଜ୍ୟବସ୍ତୁ ପରିଚାଳନା ବିଭାଗ ବନ୍ଦ ଥିବାରୁ ତାଗିଦ୍ କରିଥିବା ଜଣାପଡିଛି। ଏଥି ସହିତ ସ୍ବାସ୍ଥ୍ୟକେନ୍ଦ୍ରର ବିଭିନ୍ନ କାଗଜପତ୍ର ଯାଞ୍ଚ କରି ଡାକ୍ତର ମାନଙ୍କ ସହ ଆଲୋଚନା କରିବା ପରେ ଏହି ଟିମ୍ ଫେରିଥିବା ଜଣାପଡିଛି। ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଅଭିଷେକ ବେହେରା, ଦେବେନ୍ଦ୍ର ମାଝୀ, ପ୍ରତାପ ତ୍ରିପାଠୀ, ବିପିଏମ୍ଓ ସୁଜିତ୍ କୁମାର ସିଂ, ପିଏଚିଇଓ ସର୍ମିଲା ଛତ୍ରିଆ, ହିସାବ ଅଧିକାରୀ ବିଶ୍ବଭୂଷଣ ପ୍ରଧାନୀ, ବିଡିଏମ୍ ଆଜାଜ୍ ଅହମଦ୍, ଫାର୍ମାସିଷ୍ଟ ସୁଧୀର ଧଙ୍ଗଡାମାଝୀ ପ୍ରମୁଖ ଉପସ୍ଥିତ ଥିଲେ।