୬୨ କେଜି ଗଞ୍ଜେଇ ସହ ୨ ଟି କାର ଜବତ, ୪ ଗିରଫ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଜିଲ୍ଲା ଅବକାରୀ ଅଧିକ୍ଷକା ସୁମତି ତ୍ରିପାଠୀଙ୍କ ନିର୍ଦ୍ଦେଶ କ୍ରମେ ଆଜି ଜିଲ୍ଲା ଅବକାରୀ ବିଭାଗର ମୋବାଇଲ ଟିମ୍ ଆଜି ସକାଳୁ ବିଭିନ୍ନ ସ୍ଥାନରେ ପେଟ୍ରୋଲିଂ କରୁଥିବା ବେଳେ ପୃଥକ ପୃଥକ ସ୍ଥାନରୁ ତିନୋଟି ଗଞ୍ଜେଇ ଚୋରା ଚାଲାଣ କରୁଥିବା ମାମଲାରେ ଗାଡି ସହ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି । ପ୍ରଥମେ ସହରର ବୁଢାରଜା ଛକରେ ଚଢାଉ କରି ଏକ ଇନୋଭା ଗାଡିରେ ଚାଲାଣ ହେଉଥିବା ୩୦ କେଜି ଗଞ୍ଜେଇ ସହ କାରକୁ ଜବତ କରିବା ସହ ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରିଛି । ପରେ ବ୍ଲକ ଛକରେ ଚଢାଉ କରି ଛତିଶଗଡର ଜଣେ ଅଭିଯୁକ୍ତଙ୍କ ଠାରୁ ୭ କେଜି ଗଞ୍ଜେଇ ଜବତ କରିଥିବା ବେଳେ ସ୍ଥାନୀୟ ପଟାଭାଡି ଛକରୁ ଏକ ସ୍ୱିଫ୍ଟ କାରରୁ ୨୫ କେଜି ଗଞ୍ଜେଇ ସହ କାରକୁ ଜବତ କରିଛି ଅବକାରୀ ବିଭାଗ । ଏହି ତିନୋଟି କେସରେ ଅବକାରୀ ବିଭାଗ ମୋଟ ୬୨ କେଜି ଗଞ୍ଜେଇ ସହ ୨ଟି କାର ଜବତ କରିବା ସହ ୪ ଅଭିଯୁକ୍ତକୁ ଗିରଫ କରିବା ସହ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ଜିଲ୍ଲା ଅବକାରୀ ଅଧିକ୍ଷିକା ସୁମତି ତ୍ରିପାଠୀ ସୂଚନା ଦେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.