ଫକୀରମୋହନ ବିଶ୍ବବିଦ୍ୟାଳୟରେ ଦେବୀ ବୀଣାପାଣିଙ୍କ ପୂଜନ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ବିଶ୍ବବିଦ୍ୟାଳୟରେ ମାଘ ଶୁକ୍ଳ ପଞ୍ଚମୀରେ ଆଦ୍ୟାଶକ୍ତି ଦେବୀ ସରସ୍ୱତୀ ସ୍ୱତନ୍ତ୍ର ରୂପରେ ପୂଜା ପାଇଛନ୍ତି। ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଉପସ୍ଥିତିରେ ପୂଜାର ସମସ୍ତ ବିଧି ପାଳନ କରାଯାଇଛି। ପରିସରରେ ଥିବା ଦେବୀଙ୍କ ସୁସଜ୍ଜିତ ଶିଳା ମୂର୍ତ୍ତିର ଆବାହନ ପୂଜା କରାଯାଇଥିଲା। ପ୍ରଫେସର ଡକ୍ଟର ମନୋରଞ୍ଜନ ମିଶ୍ର ଆୟୋଜିତ ପୂଜା କାର୍ଯ୍ୟକ୍ରମର ତତ୍ତ୍ବାବଧାନ କରିଥିଲେ। ପଣ୍ଡିତଙ୍କ ମନ୍ତ୍ରପାଠ ତଥା ଛାତ୍ରଛାତ୍ରୀଙ୍କ ଯୋଗଦାନ ବିଶ୍ବବିଦ୍ୟାଳୟରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା। ଅମର କୋଷ ମତରେ ଦେବୀ ସରସ୍ୱତୀଙ୍କର ସାତଗୋଟି ନାମ ରହିଅଛି ଯଥା: ବୀଣାପାଣି, ଭାରତୀ, ବ୍ରାହ୍ମୀ, ଗିର୍, ବାଚ୍, ବାଣୀ, ସରସ୍ଵତୀ, ଆଦି। ସେ ଜ୍ଞାନ, ବିଦ୍ୟା, ସଂଗୀତ କଳା, ବୁଦ୍ଧି ତଥା ଶୁଦ୍ଧତାର ଦେବୀ। ଏହି କାରଣରୁ ସେ ସମସ୍ତ ଶିକ୍ଷା, ସଂଗୀତ ଓ କଳା ଅନୁଷ୍ଠାନ ମାନଙ୍କରେ ଶ୍ରୀପଞ୍ଚମୀ ଦିନ ସ୍ୱତନ୍ତ୍ର ଭାବେ ମଣ୍ଡପରେ ପୂଜା ପାଇଥାଆନ୍ତି। ତେବେ ପୂଜା ଶେଷରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଅଣଶିକ୍ଷକ କର୍ମଚାରୀ ତଥା ଛାତ୍ରଛାତ୍ରୀ ପ୍ରସାଦ ଗ୍ରହଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.