ମାଟିଲଗ୍ନା ସାହିତ୍ୟ ସଂସଦ ନର୍ଲାର ବନ୍ଧୁ ମିଳନ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ମାଟିଲଗ୍ନା ସାହିତ୍ୟ ସଂସଦ ନର୍ଲାର ବନ୍ଧୁ ମିଳନ ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ସଭାପତି କିଶୋର ଚନ୍ଦ୍ର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ବୁଧବାର ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ମୁଖ୍ୟ ଅତିଥି ଭାବରେ ନର୍ଲା ଯୋଗାଣ ଅଧିକାରୀ ଶିବରାମ ମହାନ୍ତି ଯୋଗଦାନ କରି ସାହିତ୍ୟ ବିନା ଏକ ସୁସ୍ଥ ସମାଜ ଓ ପରିବେଶ ଚିନ୍ତା କରାଯାଇ ପାରେନା ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ। ପ୍ରଥମେ ଅତିଥି ବୃନ୍ଦଙ୍କ ସରସ୍ୱତୀ ପୂଜନ ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ସଭାପତି ଶ୍ରୀ ତ୍ରୀପାଠୀ ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶିବରାମ ସାହୁ ସ୍ଵାଗତ ସଙ୍ଗୀତ ପରିବେଷଣ କରିଥିଲେ। ମୁଖ୍ୟ ବକ୍ତା ଭାବରେ ସାମ୍ୱାଦିକ ମନୋଜ ଷଢ଼ଙ୍ଗୀ, ସମ୍ମାନୀତ ଅତିଥି ଭାବରେ ପଞ୍ଚାୟତ ସମିତି ଡିଗ୍ରୀ କଲେଜ ନର୍ଲାର ଇଂରାଜୀ ଅଧ୍ୟାପିକା ବାସନ୍ତୀ ସାହୁ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମର ଆୟୋଜନ ଓ ମଞ୍ଚ ପରିଚାଳନା ମାଟିଲଗ୍ନା ସାହିତ୍ୟ ସଂସଦର ରାଜ୍ୟ ସଂଯୋଜକ କବି ମୋହନ ଭଟ୍ଟ କରିଥିଲେ। ଏହି ଅବସରରେ ମୁଖ୍ୟ ବକ୍ତା ଶ୍ରୀ ଷଢ଼ଙ୍ଗୀ ଓ ମୁଖ୍ୟ ଅତିଥି ଶ୍ରୀ ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହାପରେ କବିତା ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥଲା। କବି ଅନୀଲ ସାହୁ ଏହାକୁ ସଂଯୋଜନା କରିଥିଲେ। କବୟତ୍ରୀ ବାସନ୍ତୀ ସାହୁ, ସୌଦାମିନୀ ମିଶ୍ର, କବି ରାମଚନ୍ଦ୍ର ମିଶ୍ର, କିଶୋର ଚନ୍ଦ୍ର ତ୍ରିପାଠୀ, ଶିବରାମ ସାହୁ, କୈଳାସ ରାଉତ, ସୁବାଷ ଚନ୍ଦ୍ର ବରାଡ, ନରସିଂହ ସାହୁ, ହିମାଞ୍ଚଳ ସାହୁ, ଅନୀଲ ସାହୁ, ଅନାଦି ଗିରି, କୁମୁଦ ନାଏକ, ଓମ ପ୍ରକାଶ ମାଝୀ, ହରିହର ପତି ପ୍ରମୁଖ କବିତା ପାଠ କରିଥିଲେ। କାର୍ଯ୍ୟକ୍ରମ ଶେଷରେ କବି ସୁବାଷ ଚନ୍ଦ୍ର ବରାଡ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.