ସ୍ୱତନ୍ତ୍ର କ୍ଲବରେ ସାମିଲ ହେଲେ ବାମସୀ କ୍ରିଷ୍ଣା; ୬ ବଲରେ ୬ ଛକା ମାରି ସ୍ଥାପନ କରିଛନ୍ତି ନୂତନ କିର୍ତ୍ତିମାନ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ସିକେ ନାୟୁଡୁ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଂଟରେ ଆନ୍ଧ୍ରପ୍ରଦେଶର ବ୍ୟାଟ୍ସମ୍ୟାନ ବାମସୀ କ୍ରିଷ୍ଣା ଗୋଟିଏ ଓଭରରେ ୬ଟି ଛକା ମାରି କୀର୍ତିମାନ ସ୍ଥାପନ କରିଛନ୍ତ । ଏଥିସହ ସେ ରବି ଶାସ୍ତ୍ରୀ, ଯୁବରାଜ ସିଂ ଓ ରିତୁରାଜ ଗାଏକ୍ୱାଡଙ୍କ ସହ ଏହି ସ୍ୱତନ୍ତ୍ର କ୍ଲବରେ ସାମିଲ ହୋଇଛନ୍ତି । ରେଲୱେ ବିପକ୍ଷ ମୁକାବିଲାରେ ସେ ଦମନଦୀପ ସିଂଙ୍କ ଓଭରରେ ୬ଟି ଛକା ମାରିଥିଲେ । ସେ ଏହି ବିସ୍ଫୋରକ ବ୍ୟାଟିଂ ବଳରେ ୫୪ ବଲରେ ଶତକ ହାସଲ କରିଥିଲେ । ଏହା ପୂର୍ବରୁ ୧୦ ଅଗଷ୍ଟ ୧୯୮୫ରେ ଶାସ୍ତ୍ରୀ ବରୋଦା ବିପକ୍ଷରେ ତିଳକ ରାଜଙ୍କୁ ଓଭରରେ ୬ ଛକା ମାରିଥିଲେ । ୨୦୦୭ ଟି୨୦ ବିଶ୍ୱକପରେ ଭାରତର ଯୁବରାଜ ସିଂ ଇଂଲଣ୍ଡର ଷ୍ଟୁଆର୍ଟ ବ୍ରଡଙ୍କ ଓଭରରେ ୬ ଛକା ମାରିଥିଲେ । ୨୦୨୨ ବିଜୟ ହଜାରେ ଟ୍ରଫିରେ ରିତୁରାଜ ଗାଏକ୍ୱାଡ ୟୁପିର ଶିବା ସିଂଙ୍କ ଓଭରରେ ୭ଟି ଛକା ମାରି ରେକର୍ଡ କରିଥିଲେ । ଏହି ଓଭରରେ ଗୋଟିଏ ନୋ ବଲ ପଡିଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.