ଫକୀରମୋହନ ବିଶ୍ବବିଦ୍ୟାଳୟରେ ବିଶ୍ବ ମାତୃଭାଷା ଦିବସ ପାଳିତ

କୁଳପତି କହିଲେ, ନିଜ ମାତୃଭାଷାକୁ ବ୍ୟବହାର କରିବାର ଆଗ୍ରହ ଓ ଶ୍ରଦ୍ଧା ହିଁ ମାତୃଭାଷାକୁ ସମ୍ମାନିତ କରିଥାଏ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଭାଷାର ବିକାଶ ଓ ସୁରକ୍ଷା ଦିଗରେ ସଦା ଯତ୍ନଶୀଳ ଫକୀରମୋହନ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ସଭାପତିତ୍ବରେ ତଥା ସ୍ନାତକୋତ୍ତର ଭାଷା ଓ ସାହିତ୍ଯ ବିଭାଗ ପକ୍ଷରୁ ଆଜି ବିଶ୍ବ ମାତୃଭାଷା ଦିବସ ପାଳିତ ହୋଇଯାଇଛି। ମାଆ ଓ ମାତୃଭାଷାର ଅଭାବ ସର୍ବଦା ଅପୂରଣୀୟ ବୋଲି ମତବ୍ୟକ୍ତ କରିଥିଲେ ଅତିଥି ଗଣ।

Omkar Vasthu
Omkar Vasthu

ବିଶ୍ବ ମାତୃଭାଷା ଦିବସ ୨୦୨୪ ର ବିଷୟବସ୍ତୁ ହେଉଛି ‘ବହୁଭାଷୀ ଶିକ୍ଷା ହେଉଛି ଆନ୍ତ- ବଂଶାନୁକ୍ରମିକ ଜାତିର ଶିକ୍ଷାସ୍ତମ୍ଭ’ । ଜାତିସଂଘର ଏକ ବିବୃତିରେ କୁହାଯାଇଛି ଯେ ବହୁଭାଷୀ ତଥା ବହୁ ସଂସ୍କୃତି ସମାଜ, ସେମାନଙ୍କ ଭାଷାର ସଂରକ୍ଷଣ ମାଧ୍ୟମରେ ଉନ୍ନତି କରନ୍ତି, ଯାହା ପାରମ୍ପାରିକ ଜ୍ଞାନ ଏବଂ ସାଂସ୍କୃତିକ ଐତିହ୍ଯର ପଥ ଅଟେ। ଏହି ବିଷୟବସ୍ତୁ ଆଧାରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶ୍ବବିଦ୍ୟାଳୟର ସ୍ନାତକ ପରିଷଦର ଅଧ୍ୟକ୍ଷ ପ୍ରଫେସର ସବ୍ୟସାଚୀ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ବିଶ୍ବବିଦ୍ୟାଳୟର ଭାଷା ଓ ସାହିତ୍ଯ ବିଭାଗର ଆଡଜଙ୍କ୍ଟ ପ୍ରଫେସର କୃଷ୍ଣଚନ୍ଦ୍ର ପ୍ରଧାନ ଓ ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟାପକ ଶ୍ରୀ ରାଖାଲ ଚନ୍ଦ୍ର ଘଡେଇ ବିଶେଷ ଅତିଥି ଭାବରେ ଯୋଗ ଦେଇଥିଲେ। ନିଜ ମାତୃଭାଷା ସହ ଭାବପ୍ରବଣତାର ସହ ଯୋଡିହୋଇ ପାରିଲେ ହିଁ ବ୍ୟକ୍ତିବିଶେଷ ଏହାର ଉନ୍ନତ ସାଧନ କରିପାରିବ ବୋଲି ପ୍ରଫେସର କୃଷ୍ଣଚନ୍ଦ୍ର ପ୍ରଧାନ ନିଜ ଉଦବୋଧନରେ ଉଲ୍ଲେଖ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏଥିସହ ରାଖାଲ ଚନ୍ଦ୍ର ଘଡ଼େଇ ବର୍ତ୍ତମାନର ଅମଲାତାନ୍ତ୍ରିକ ଓ ରାଜନୈତିକ ଅସହଯୋଗ କାରଣରୁ କିଛି ମାତୃଭାଷାର ବିଲୁପ୍ତ ହୋଇଥିବା ବେଳ ଅନ୍ୟ କିଛି ମାତୃଭାଷା ସମୂହ ଉନ୍ନୟନ ସକାଶେ ଅପେକ୍ଷାରତ କହିବା ସହ ଏଥିପାଇଁ ଚିନ୍ତାବ୍ୟକ୍ତ କରିଥିଲେ। ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ତ୍ରିପାଠୀ ,ନିଜ ମାତୃଭାଷାକୁ ବ୍ୟବହାର କରିବାର ଆଗ୍ରହ ଓ ଶ୍ରଦ୍ଧା ହିଁ ମାତୃଭାଷାକୁ ସମ୍ମାନୀତ କରାଏ। ଏଥିସହିତ ପ୍ରତି ବ୍ୟବହାରିକ, କଥିତ ଓ ପଠିତ ଭାଷା ନିମନ୍ତେ ଶିକ୍ଷକ ନିଯୁକ୍ତିର ସୁଯୋଗ ପ୍ରଦାନ କରାଗଲେ ସବୁ ଭାଷାର ବିକାଶ ଓ ଉତ୍ଥାନ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ।

କାର୍ଯ୍ୟକ୍ରମରେ ଭାଷା ଓ ସାହିତ୍ୟ ବିଭାଗର ଛାତ୍ରଛାତ୍ରୀ ନିଜସ୍ବ କଥିତ ଭାଷା ଯଥା ମୁଣ୍ଡାରୀ, ସାନ୍ତାଳୀ, ଉଡୁକ୍, ହୋ, ଓଡ଼ିଆ, ଉର୍ଦ୍ଦୁ, ଓ ସମ୍ବଲପୁରୀ ଭାଷାରେ ମାତୃଭାଷା ପ୍ରତି ସମ୍ମାନ ଜଣାଇ ଅଭିଭାଷଣ ଦେଇଥିଲେ। ବିଶ୍ବବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ଅଣଶିକ୍ଷକ କର୍ମଚାରୀମାନଙ୍କ ସହିତ ଅନେକ ଛାତ୍ରଛାତ୍ରୀ ଉପସ୍ଥିତ ହୋଇ ଏହି ଦିବସ ପାଳନ କରିଥିଲେ। କାର୍ଯ୍ୟକ୍ରମଟିକୁ ବିଭାଗ ମୁଖ୍ଯ ଡକ୍ଟର ଦେବାଶିଷ ପାତ୍ର ସଂଚାଳନ କରିଥିଲେ ଓ ଜୟନ୍ତ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.