ରିଞ୍ଜା ଠାରେ ଉଦଘାଟିତ ହେଲା ଆମ ବ୍ୟାଙ୍କ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଞ୍ଜା ପଞ୍ଚାୟତ କାର୍ଯ୍ୟାଳୟଠାରେ ଆମ ବ୍ୟାଙ୍କ ଉଦଘାଟିତ ହୋଇଯାଇଛି। ଓଡିଶା ସରକାରଙ୍କ ପକ୍ଷରୁ ଲୋକଙ୍କ ନିକଟରେ ବ୍ୟାଙ୍କ ସେବା ଯୋଗେଇବା ଲକ୍ଷ୍ୟରେ  ଏସବିଆଇ ଆନୁକୂଲ୍ୟରେ ଆମ ବ୍ୟାଙ୍କ ସେବା ଆରମ୍ଭ ହୋଇଛି।ସରପଞ୍ଚ ପଞ୍ଚାନନ ବାଗଙ୍କ ସଭାପତିତ୍ବରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ, ଵୋରପଦର ସରପଞ୍ଚ ସୁବାଷ ସାହୁ, କାର୍ଯ୍ୟ ନିର୍ବାହୀ ଅଧିକାରୀ ପରମାନନ୍ଦ ମାଝୀ, ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଧିକାରୀ ଚୈତନ୍ୟ ପ୍ରସାଦ ପଧାନ, ସାମ୍ବାଦିକ ପ୍ରଦୀପ କୁମାର ସାହୁ ଓ ନବୀନ କୁମାର ସାହୁ, ନାଏବ ସରପଞ୍ଚ ପୂର୍ଣ୍ଣମୀ ମାଝୀ ପ୍ରମୁଖ ଯୋଗ ଦେଇ ସରକାରଙ୍କ ଏଭଳି ପଦକ୍ଷେପକୁ ସ୍ୱାଗତ କରିଥିଲେ। ବ୍ୟାଙ୍କ ପରିଚାଳକ ହିରୋଜ କୁମାର ସାହୁ ଓ ସହ ପରିଚାଳକ ଅବିନାଶ ସାହୁ ଏହି ବ୍ୟାଙ୍କରେ ମିଳିବାକୁ ଥିବା ସୁବିଧା ସୁଯୋଗ ଉପରେ ଆଲୋକପାତ କରିଥିଲେ। ଗ୍ରାମ ରୋଜଗାର ସେବକ ଶିଵ କୁମାର ଭୋଇ ସଭା ସଂଯୋଜନା କରିଥିଲାବେଳେ ତେଜରାଜ ସାହୁ, ନରୋତ୍ତମ ସାହୁ, ଦାଶରଥି ସେଲମା, ଚନ୍ଦ୍ରୁ ସାହୁ, ଡିଙ୍ଗର ସାହୁ, ଭୋଳା ମାଝୀ, ସତ୍ୟ ବ୍ରତ ବଗର୍ତ୍ତି ପ୍ରମୁଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.