ବନ ଧନ ପ୍ରଶିକ୍ଷଣ ଶିବିର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସେବାଜଗତ ତରଫରୁ ଉର୍ଲାଦାନୀ ଓ ନାଗଝରି ଗ୍ରାମ ଠାରେ ବନ ଧନ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ସତ୍ୟ ନାରାୟଣ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆଦିବାସୀ ନେତା ଲୋଚନ ଧରୁଆ ଓ ବନ ଧନ ଯୋଜନା ର ପ୍ରଶିକ୍ଷକ ରଞ୍ଜନ ମହାରଣା ଯୋଗଦେଇ ତାଲିମ ପ୍ରଦାନ କରିଥିଲେ । ବନ ଧନ ମାଧ୍ୟମରେ ଏହି ଅଞ୍ଚଳର ବ୍ୟକ୍ତିମାନେ ଭଲ ଦୁଇ ପଇସା ରୋଜଗାର କରିବା ପାଇଁ ସୁଯୋଗ ରହିଥିବା ଅତିଥି ମାନେ କହିଥିବା ବେଳେ ନିକଟ ରେ ଭୁବନେଶ୍ୱର ଠାରେ ଅନୁଷ୍ଠିତ ଆଦିବାସୀ ମେଳାରେ ବନ ଧନ କମିଟି ତରଫରୁ ମାଣ୍ଡିଆ, ହରଡ଼ା ବିକ୍ରୀ କରି ପାଞ୍ଚ ଲକ୍ଷ ଟଙ୍କା ବିକ୍ରୟ କରି ପାରିଥିଲେ । ସେହିପରି ଟିଡିସିସି ମାଧ୍ୟମରେ ବିଭିନ୍ନ କମିଟି ପକ୍ଷରୁ ପ୍ରାୟ ଚାଳିଶ ଲକ୍ଷରୁ ଅଧିକ ଟଙ୍କା ବିକ୍ରୟ କରିଥିଲେ । ଶେଷରେ ଜୈଲାଇଟାମୁ ମହିଳା ମହାସଂଘର ସଭାପତି ସାରଦା ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.