ରୁପ୍ରାରୋଡଠାରେ ଆରମ୍ଭ ହେଲା ଶ୍ରୀମଦ୍ ଭାଗବତ କଥା ଜ୍ଞାନ ଯଜ୍ଞ  

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରାରୋଡଠାରେ ଗୁରୁବାର ଠାରୁ ଶ୍ରୀମଦ୍ ଭାଗବତ କଥା ଜ୍ଞାନ ଯଜ୍ଞ ଆରମ୍ଭ ହୋଇଛି। ଖେତାନ ରାଇସ ମିଲ ରୁପ୍ରାରୋଡ ପରିସରରେ ଏନେଇ ଭବ୍ୟ ଆୟୋଜନ ହୋଇଛି। ସ୍ବାମୀ ଗୋପାଳାଚାର୍ଯ୍ୟ ଜୀ ମହାରାଜ ଅତି ସୁନ୍ଦର ଭାବେ ଶ୍ରୀମଦ୍ ଭାଗବତ କଥା ପ୍ରବଚନ ଦେଉଛନ୍ତି। ଗୁରୁବାର କଳସ ଯାତ୍ରା ଠାରୁ ଆରମ୍ଭ ହୋଇଥିବା ଏହି ଜ୍ଞାନ ଯଜ୍ଞ ମାର୍ଚ୍ଚ ୮ ପର୍ଯ୍ୟନ୍ତ ପ୍ରତିଦିନ ଅପରାହ୍ନ ୨ ରୁ ୬ ପର୍ଯ୍ୟନ୍ତ ଚାଲିବ। ହରି କଥା ଶ୍ରବଣ କରିବା ପାଇଁ ଶହ ଶହ ଶ୍ରଦ୍ଧାଳୁ ଉପସ୍ଥିତ ରହୁଛନ୍ତି। ମାର୍ଚ୍ଚ ୩ ରୁ ମାର୍ଚ୍ଚ ୭ ପର୍ଯ୍ୟନ୍ତ ସକାଳ ୭ରୁ ଅପରାହ୍ନ ୧୨ ପର୍ଯ୍ୟନ୍ତ ଏହି ଅବସରରେ ବୈକୁଣ୍ଠ ଉତ୍ସବ ଚାଲିବ ବୋଲି ଆୟୋଜକ ଖେତାନ ପରିବାର ରୁପ୍ରାରୋଡ ପକ୍ଷରୁ ସୂଚନା ରହିଛି। ଆଜି ବଲବସପୁର ପୋଖରିରୁ ଏକ ଭବ୍ୟ କଳସ ଶୋଭାଯାତ୍ରା ବାହାରି ନାମ ଯଜ୍ଞ ସ୍ଥଳରେ ପହଞ୍ଚିଥିଲା। ଏଥିରେ ଶତାଧିକ ମହିଳା ଓ ପୁରୁଷ ସାମିଲ ହୋଇଥିଲେ। ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା ହୋଇଥିଲା। ସପ୍ତାହବ୍ୟାପୀ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ରାମାନୁଜ ଏଗ୍ରୋ ଟେକ୍ ରୁପ୍ରାରୋଡ, ଶ୍ରୀ ଟାର୍ନ୍ସପୋର୍ଟ, ଦିସା ପ୍ରମୁଖ ସହଯୋଗ କରୁଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.