ପ୍ରମାଣ ଅଭାବରୁ ପୂର୍ବତନ ଅଙ୍ଗନୱାଡି ସୁପରଭାଇଜର ନିର୍ଦୋଷରେ ଖଲାସ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅଧିନସ୍ତ ଛତିଆଗୁଡା ସେକ୍ଟରର ତତ୍କାଳୀନ ଅଙ୍ଗନୱାଡି ସୁପରଭାଇଜରଙ୍କ ଏକ ଲାଞ୍ଚ ମାମଲାର ରାୟ ଗୁରୁବାର ପ୍ରକଶ ପାଇଛି। ଭବାନୀପାଟଣା ସ୍ଥିତ ସ୍ୱତନ୍ତ ବିଚାରପତି ଭିଜିଲାନ୍ସ ଶିଥି୍କଣ୍ଠା ସାମଲ ସାକ୍ଷ ଓ ପ୍ରମାଣକୁ ଭିତ୍ତି କରି ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅଧିନସ୍ଥ ଚାଟିଆଗୁଡା ସେକଟର ଅଙ୍ଗନାୱାଡି ସୁପରଭାଇଜର ହର୍ଷମଣୀ ଦେଈଙ୍କୁ ପ୍ରମାଣ ଅଭାବରୁ ନିର୍ଦୋଷରେ ଖଲାସ କରିଛନ୍ତି। ମିଳିଥିବା ସୂଚନା ଅନୁଯାଇ ଗତ ତା ୨୧/୧୧/୨୦୨୧ ରେ ସାଗୁନଭାଡି ଗ୍ରାମର ବିକାଶ ବାଗଙ୍କ ଠାରୁ ତାଙ୍କର ଭଉଣୀଙ୍କୁ ଅଙ୍ଗନୱାଡି ଚାକିରୀ ଦେବା ପାଇଁ ଲାଞ୍ଚ ନେଉଥିବା ବେଳେ କୋରାପୁଟ ଭିଜିଲାନ୍ସ ଡିଭିଜନରେ ଦୁର୍ନୀତି ନିବାରଣ ଆଇନ ଧରା ୭ ରେ କୋରାପୁଟ ଭିଜିଲାନ୍ସ ଥାନା କେଶ ନୁମ୍ବର ୨୫/୨୦୨୧ ରେ ଏକ ମାମଲା ରୁଜୁ କରି ଗିରଫ କରିଥିଲେ। ଉକ୍ତ ମାମଲାକୁ ଅଭିଯୁକ୍ତ ସୁପରଭାଇଜରଙ୍କ ତରଫରୁ ବରିଷ୍ଠ ଆଇନଜୀବି ଦିଲ୍ଲୀପ କୁମାର ସା ପରିଚଳନା କରୁଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.