ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସାମ୍ୱାଦିକ ମାନଙ୍କର ନ୍ୟାର୍ଯ୍ୟ ଦାବି ପ୍ରତି ସରକାରଙ୍କ ଅଣଦେଖା ପ୍ରତିବାଦରେ ସମଗ୍ର ରାଜ୍ୟରେ ଆଜି ବିଭିନ୍ନ ସାମ୍ବାଦିକ ସଂଘ ପକ୍ଷରୁ କଳାବ୍ୟାଚ ପରିଧାନ କରି ପ୍ରତିବାଦ କରିଥିବା ବେଳେ ଏହି କ୍ରମରେ ଆଜି ସୁବର୍ଣ୍ଣପୁର ଜିଲ୍ଲାର କାର୍ଯ୍ଯରତ ସାମ୍ୱାଦିକ ମାନେ ସୁବର୍ଣ୍ଣପୁର ଜିଲ୍ଲାପାଳ ଅନ୍ୟା ଦାଶଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଓ ୫-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କୁ ଏକ ୫ ଦଫା ଦାବି ପତ୍ର ପ୍ରଦାନ କରିଛନ୍ତି। ବରିଷ୍ଠ ସାମ୍ବାଦିକ ମାନଙ୍କୁ ପେନସନ, ସାମ୍ବାଦିକ ସୁରକ୍ଷା ଆଇନ, ଗୋପବନ୍ଧୁ ଜୀବନ ବୀମା ଯୋଜନାରେ ହିତାଧିକାରୀଙ୍କ ବାପା ମାଆ ସହ ୨୫ ବର୍ଷରୁ ଅଧିକ ପିଲାଙ୍କୁ ଅନ୍ତର୍ଭୁକ୍ତ କରିବା ଓ ଏହାକୁ ୫ ଲକ୍ଷ ରୁ ୧୦ ଲକ୍ଷକୁ ବୃଦ୍ଧି କରିବା, ମାଗଣାରେ ଆବାସ ଘର ଯୋଗାଇବା, ପିଲା ଛୁଆଙ୍କ ଉଚ୍ଚ ଶିକ୍ଷା ବ୍ୟବସ୍ଥା କରିବା, ତଥା ସାମାଜିକ ଓ ଅର୍ଥ ନୈତିକ ସୁରକ୍ଷାକୁ ସୁଦୃଢ କରିବା, ବିନା ସୁଧରେ ସବୁ ବ୍ୟାଙ୍କରୁ ଗାଡ଼ି କ୍ରୟ ଓ ଘର ନିର୍ମାଣ ପାଇଁ ଋଣ ପ୍ରଦାନ୍ କରିବା ଆଦି ପ୍ରମୁଖ ଦାବୀ ଏଥିରେ ଉଲ୍ଲେଖ ଥିବା ପ୍ରକାଶ ପାଇଛି। ଜିଲ୍ଲାର ବରିଷ୍ଠ ସାମ୍ୱାଦିକ ପର୍ଶୁରାମ ମିଶ୍ରଙ୍କ ନେତୃତ୍ଵରେ ଆଜି ଏହି ଅଭିଯାନରେ ସମସ୍ତ କାର୍ଯ୍ୟରତ ସାମ୍ୱାଦିକ ଯୋଗଦେଇ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଥିଲେ।