ବାଲସିଙ୍ଗାରେ ୮ମ ଭାଗବତ ପାରାୟଣର କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ୍ ଅଧିନସ୍ଥ ବାଲସିଙ୍ଗା ନଦୀତଟ ହରିହର କ୍ଷେତ୍ରରେ ଗତ ତା୧୯/୩ ରୁ ଚାଲିଛି ପଞ୍ଚାୟତ ସ୍ତରୀୟ ୮ମ ଭାଗବତ ପାରାୟଣ ସପ୍ତାହ କାର୍ଯ୍ୟକ୍ରମ। ଗତ ମାର୍ଚ୍ଚ ୧୯ ରେ ଏହି ପଞ୍ଚାୟତ ସ୍ତରୀୟ ସାପ୍ତାହିକ ଭାଗବତ ପାରାୟଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ଏହା ୨୮/୩ ରେ ପୂର୍ଣ୍ଣାହୁତି ପଡ଼ିବ ବୋଲି ଜଣାପଡ଼ିଛି। ପ୍ରାରମ୍ଭିକ କାର୍ଯ୍ୟକ୍ରମରେ କଳାହାଣ୍ଡି ରାଜ ପରିବାରର ସଦସ୍ୟ ତଥା କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂ ଦେଓ ଯୋଗଦାନ କରିଥିଲେ। ଏନେଇ ୧୮/୩ ସୋମବାର ଅପରାହ୍ନ ୪.୩୦ ରେ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଏଠାରେ ତିନି ଗୋଟି ଯଜ୍ଞ ଅନୁଷ୍ଠିତ ହୋଇଥାଏ। ଭାଗବତ ମହାଯଜ୍ଞ, ରୂଦ୍ର ମହାଯଜ୍ଞ ଓ ଅନ୍ନଯଜ୍ଞ ଅନୁଷ୍ଠିତ ହୋଇଥାଏ। ବାଲସିଙ୍ଗା ହରିହର କ୍ଷେତ୍ରର ପଞ୍ଚାୟତ ସ୍ତରୀୟ ଏହି ଭାଗବତ ପାରାୟଣ କାର୍ଯ୍ୟକ୍ରମ ମୁଖ୍ୟ ଉଦ୍ୟୋକ୍ତା ତୁଳାପଡାର ଗୁଣସାଗର ବାବାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ, ଦୁର୍ଯ୍ୟୋଧନ ବାହୁକ ଓ ତାଙ୍କ ଧର୍ମପତ୍ନୀ ଶାନ୍ତିଲତା ବାହୁକ ପୂଜାକର୍ତ୍ତା ଭାବରେ ଦାଇତ୍ୱ ନିର୍ବାହନ କରୁଛନ୍ତି। ପରିଚାଳନା କମିଟିର ସଭାପତି ଭାବରେ ପୂର୍ବତନ ସରପଞ୍ଚ ସନ୍ତୋଷ କୁମାର କଠାର ଓ ସମ୍ପାଦକ ଭାବରେ କୁଳମଣି ବାଣୁଆ କାର୍ଯ୍ୟକ୍ରମ ପରିଚାଳନା କରୁଥିବା ଜଣାପଡ଼ିଛି। ଏହି ତିନି ମହାଯଜ୍ଞର ପରିଳନା ନିମନ୍ତେ ବାଲସିଙ୍ଗା ସମେତ ଆଖପାଖ ଆଠ ଗୋଟି ଗ୍ରାମ ପଂଚାୟତର ଜନସାଧାରଣ ସାହାଯ୍ୟ ସହଯୋଗ କରୁଛନ୍ତି। ପରିଚାଳନା କମିଟି, ବରିଷ୍ଠ ନାଗରିକ ଓ ଯୁବ ପିଢୀ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି। ବ୍ୟାସଙ୍କ ଦ୍ଵାରା ପ୍ରତ୍ୟହ ସକାଳ ୭ ଘଣ୍ଟାରୁ ଅପରାହ୍ନ ୪ ଟା ଯାଏଁ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ସଂଧ୍ୟା ସମୟରେ ସାନ୍ଧ୍ୟ ଆଳତି ସାଙ୍ଗକୁ ସଂକୀର୍ତ୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଆଠ ଗୋଟି ଗ୍ରାମ ପଞ୍ଚାୟତର ସହଯୋଗ କ୍ରମେ ଯଜ୍ଞ ଅନୁଷ୍ଠିତ ହେଉଥିବା ବେଳେ ଗ୍ରାମର ଯୁବପିଢୀ, ଜନସାଧାରଣ ଏବଂ ଭାଗବତ ସେବା ସଂସ୍କୃତି ଅନୁଷ୍ଠାନ ବାଲସିଙ୍ଗା, ଯଜ୍ଞ ପରିଚାଳନା କମିଟିର କର୍ମକର୍ତ୍ତା ମାନଙ୍କ ସହଯୋଗରେ ମଧ୍ୟରେ ଅନୁଷ୍ଠିତ ହେଉଛି ବାଲସିଙ୍ଗାର ପାରାୟଣ ମହୋତ୍ସବ- ୨୦୨୪। ନଦୀ ବାଲି ପଠାରେ ରୁଦ୍ର ଯଜ୍ଞ ହେଉଥିବା ବେଳେ ସମସ୍ତ ଯଜ୍ଞ କାର୍ଯ୍ୟ ନଦୀ ତଟରେ ଅନୁଷ୍ଠିତ ହେଉଥିବାରୁ ଏହି ଯଜ୍ଞକୁ ସ୍ଥାନୀୟ ଲୋକେ ବାଲିଯାତ୍ରା ବୋଲି ମଧ୍ୟ କହୁଥିବା ଜଣାପଡିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.