ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଗତ କିଛିଦିନ ହେବ ଆମପାଣି ସ୍ଥିତ ଗ୍ୟାସ୍ ଅଫିସରେ ମହିଳା ମାନଙ୍କ ପ୍ରବଳ ଭିଡ଼ ହେଉଥିବା ଦେଖାଯାଇଛି। ଲୋକଙ୍କ ଏତେ ଭିଡ଼ ଯେ’ ଗ୍ୟାସ୍ ଅଫିସ୍ ଠାରୁ ଆଖପାଖ କିଛି ଦୁର ପର୍ଯ୍ୟନ୍ତ ଭିଡ଼ ଜମିରହୁଛି। ତେବେ ଆସିଥିବା କିଛି ମହିଳାଙ୍କୁ ପଚାରିଲେ ଆଧାର କେ.ୱାଇ.ସି ଅପଡେଟ କଲେ ୫ ହଜାର ଟଙ୍କା ମିଳୁଥିବା ଗାଁ ଲୋକ ମାନଙ୍କଠାରୁ ଶୁଣିବାକୁ ପାଇ ଗ୍ୟାସ୍ ଅଫିସକୁ ଆସିଥିବା କହିଛନ୍ତି। ଅନ୍ୟପଟେ ଗ୍ୟାସ୍ ଅଫିସର କର୍ମଚାରୀମାନଙ୍କ କହିବା ଅନୁସାରେ ବର୍ତ୍ତମାନ ଆଧାର କେ.ୱାଇ.ସି ଅପଡେଟ ଚାଲିଛି, ୫ ହଜାର ଟଙ୍କା ମିଲୁଥିବା ଏହା ଗୁଜବ ଅଟେ, ଏହାଙ୍କୁ ବିଶ୍ବାସ ନକରିବା ପାଇଁ ସମାନେ କହିଛନ୍ତି। ତେବେ ନିର୍ବାଚନ ସମୟ ଥିବାରୁ ଲୋକଙ୍କୁ ହଇରାଣରେ ପକାଇବା ପାଇ କିଛି ଖଳ ପ୍ରଭୃତିର ବ୍ୟକ୍ତି ଏଭଲି ଗୁଜବ ସୃଷ୍ଟି କରିଥିବା ସଚେତନ ନାଗରିକମାନେ ମତପ୍ରକାଶ କରିଛନ୍ତି।