ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ଅଞ୍ଚଳରେ ଦୀର୍ଘ ଏକ ଶହ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି କାମନା ଦଣ୍ଡ ସଂସ୍କୃତିର ଉପାସନା ହେଇ ଆସୁଛି। ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏହି କାମନା ଦଣ୍ଡ ଅପ୍ରେଲ ଏକ ତାରିଖରୁ ତେର ଦିନଧରି ଅନୁଷ୍ଠିତ ହେବ। ଏହି କ୍ରମରେ ପୂର୍ବ ବର୍ଷ ମାନଙ୍କ ଭଳି ଚଳିତ ବର୍ଷ ଅପ୍ରେଲ ୧୧ ତାରିଖରେ ମ.ରାମପୁର ଅଞ୍ଚଳରେ ହେଉଥିବା ଛଅ ଗୋଟି ଦଣ୍ଡ ପୀଠକୁ ନେଇ ଷଷ୍ଠ ଶମ୍ଭୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ନେଇ ଏକ ପ୍ରସ୍ତୁତି ବୈଠକ ରାଧା କୃଷ୍ଣ ମନ୍ଦିର ସଭା ଗୃହରେ ଆୟୋଜକ ଅନୁଷ୍ଠାନ ଆଞ୍ଚଳିକ କାମନା ଦଣ୍ଡ ସାଂସ୍କୃତିକ ପରିଷଦ ତରଫରୁ ଅନୁଷ୍ଠିତ ହୋଇ ଯାଇଛି। ପରିଷଦର ସଭାପତି ରୁଦ୍ର ପ୍ରତାପ ସିଂହଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ ସ୍ବାଗତ ଅଭିଭାଷଣ ପ୍ରଦାନ ସହ ପୂର୍ବ ବୈଠକର ବିବରଣୀ ପଠନ କରିଥିଲେ। ଶମ୍ଭୁ ମିଳନକୁ ସୁଚାରୁ ରୁପେ ସଂପାଦନ କରିବା ପାଇଁ ବିଭିନ୍ନ ଦାୟିତ୍ଵ ଅର୍ପଣ କରାଯାଇଥିଲା। ଆଲୋଚନାରେ ଉପଦେଷ୍ଟା ପଦ୍ମ ଲୋଚନ ମିଶ୍ର, ଧନୁର୍ଯ୍ୟ ମହାରଣା, ଶିବ ପ୍ରସାଦ ଶତପଥୀ, ବିଭୂତି ଭୂଷଣ ମହାଖୁଡ, ପ୍ରଶାନ୍ତ ସାମନ୍ତରା, ସତ୍ୟ ନାରାୟଣ ସାହୁ, ବିଜୟ ମହାଖୁଡ ଦ୍ରୋଣାଚାର୍ଯ୍ୟ ମାଝୀ, ଶିବ ପ୍ରସାଦ ପଟ୍ଟନାୟକ, ପ୍ରକାଶ ତ୍ରିପାଠୀ, ଉଦ୍ଧବ ପଣ୍ଡା, ସଂଯୁକ୍ତା ପୁରୋହିତଙ୍କ ସମେତ ବିଭିନ୍ନ ଦଣ୍ଡ ଦଳ ଓ ପରିଷଦର କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।