ସର୍ଗିଗୁଡା ଡିଗିରାପଡା ୧୬ ପ୍ରହର ନାମଯଜ୍ଞର ପୂର୍ଣ୍ଣାହୁତି ପଡ଼ିଲା

ଘରେ ଘରେ ଦଧି ହାଣ୍ଡିକୁ ସ୍ଵାଗତ କଲେ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ୍ ଅଧିନସ୍ଥ ସର୍ଗିଗୁଡା ଗ୍ରାମ ପଞ୍ଚାୟତର ଡିଗିରାପଡାରେ ଗୁରୁବାର ୨୧ରୁ ଆରମ୍ଭ ହୋଇଥିବା ୧୬ ପ୍ରହର ନାମଯଜ୍ଞର ପୂର୍ଣ୍ଣାହୁତି ପଡ଼ିଛି । ଦୁଇଦିନ ଧରି ଚାଲି ଆସୁଥିବା ଅଖଣ୍ଡ ନାମ ଆଜି ସକାଳ ୭.୧୦ ରେ ଛାଡିଛନ୍ତି । ଡିଗିରାପଡା ସଙ୍କୀର୍ତ୍ତନ ମଣ୍ଡଳୀ ଗୁରୁବାର ସକାଳ ୭.୧୦ ରେ ମହାମନ୍ତ୍ର ଆରମ୍ଭ କରିଥିଲେ। ଆଜି ସକାଳ ୭.୧୦ ରେ ନାମ ସମାପନ ହୋଇଛି। ପୂର୍ଣ୍ଣାହୂତି ପରେ ସଂକୀର୍ତ୍ତନ ମଣ୍ଡଳୀ ସହ ଦଧିହାଣ୍ଡି ନଗର ପରିକ୍ରମା କରିଥିଲା । କର୍ତ୍ତା ମଧୁ ରଣା ଦାଧି ହାଣ୍ଡି ମୁଣ୍ଡେଇ ସର୍ଗିଗୁଡା ର ସମସ୍ତ ପଡ଼ା ପରକ୍ରମା କରିଥିଲେ। ସର୍ଗିଗୁଡ଼ା ସମସ୍ତ ପଡ଼ାର ଜନ ସାଧାରଣ ଘରେ ଘରେ ଝୋଟି ଲେଖି, କଳସ ସ୍ଥାପନା କରି, ଦଧିହାଣ୍ଡି କୁ ବନ୍ଦାପନା କରିଥିଲେ। ଏହାପରେ ଦାଧି ହାଣ୍ଡି ମଣ୍ଡପ କୁ ଆଣି ସେଠାରେ ଦଧିହାଣ୍ଡି ଭଙ୍ଗା ଯାଇଥିଲା । ଚଳିତ ବର୍ଷ ତୃତୀୟ ବର୍ଷ ଭାବରେ ଡିଗିରାପଡାରେ ଅନୁଷ୍ଠିତ ହୋଇଛି ୧୬ ପ୍ରହର ନାମଯଜ୍ଞ । ୧୬ ପ୍ରହର ନାମଯଜ୍ଞ ପାଇଁ ଡିଗିରା ପଡ଼ାର ଆବାଳ ବୃଦ୍ଧ ବନିତା, ଯୁବ ଗୋଷ୍ଠୀ ସମସ୍ତେ ଲାଗି ପଡ଼ିଥିଲେ। ଏନେଇ ମଙ୍ଗଳବାର ଅପରାହ୍ନ ୪.୩୦ ସମୟରେ କଳସ ଯାତ୍ରା ସାଙ୍ଗକୁ ବିଲ୍ୱ ବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥଲା । ଗୁରୁବାର ସକାଳ ୭.୧୦ ରେ ନାମ ଆରମ୍ଭ ହୋଇଥିଲା। ଡିଗିରାପଡା ସଂକୀର୍ତ୍ତନ ମଣ୍ଡଳୀ ନାମ ଆରମ୍ଭ କରିଥିଲେ। ଡିଗିରାପଡା ୧୬ ପ୍ରହର ନାମଯଜ୍ଞ ପରିଚାଳନା କମିଟିର ସଭାପତି ଭାବରେ ଋଷି ପଧାନ, ସଧାରଣ ସମ୍ପାଦକ ଭାବରେ ଲକ୍ଷପତି ପଧାନ ବରିଷ୍ଠ ସଦସ୍ୟ ଭାବରେ ଗୋବିନ୍ଦ ବଚ୍ଛା, କୃଷ୍ଣଚନ୍ଦ୍ର ମିର୍ଦ୍ଧା, ଯଦୂପତି ନାଏକ, ବିଜୟ ସାହୁ ପ୍ରମୁଖ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଋକ୍ମୁଣୀ ରଣା ଓ ମଧୁ ରଣା ଦମ୍ପତି ଯଜ୍ଞ କର୍ତ୍ତା ଦାଇତ୍ୱରେ ରହିଥିବା ବେଳେ ପୂଜକ ଭାବରେ ବ୍ରହ୍ମା ପଣ୍ଡିତ ଶୁକଦେବ ପାଢୀ ପୂଜନ କାର୍ଯ୍ୟ ସମ୍ପାଦନ କରିଥିଲେ। ଏଥିରେ ନାମଯଜ୍ଞ ସାଙ୍ଗକୁ ଅନ୍ନଯଜ୍ଞ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଡିଗିରାପଡା, ବେହେରାପାଟି ଓ ଦହଲ ତିନିଗୋଟି ସଂକୀର୍ତ୍ତନ ଦଳ ସମେତ ଜିଲ୍ଲା ତଥା ଜିଲ୍ଲା ବାହାରୁ ୯ ଗୋଟି ସଂକୀର୍ତ୍ତନ ମଣ୍ଡଳୀ ନାମଯଜ୍ଞରେ ଅଂଶ ଗ୍ରହଣ କରିଥିଲେ । ଡିଗିରାପଡାର ସମସ୍ତ ଯୁବ ଗୋଷ୍ଠି ଓ ଜନସାଧାରଣ ଏଥିରେ ସାମିଲ ହୋଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶାନ୍ତି ଶୃଂଖଳାର ସହ ନାମଯଜ୍ଞା ସମାପନ ହୋଇଥିବାରୁ ପରିଚାଳନା କମିଟିର ସଭାପତି ଶ୍ରୀ ପଧାନ ସମସ୍ତଙ୍କ ନିକଟରେ କୃତଜ୍ଞତା ଜଣାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.