୪ କ୍ଵିଣ୍ଟାଲ ୬୫ କେଜି ଗଂଜେଇ ଜବତ ସହ ୨ ଜଣଙ୍କୁ ଗିରଫ କଲା ସୋନପୁର ପୋଲିସ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଶନିବାର ସକାଳ ୯ଟା ବେଳେ ସୋନପୁର ପୋଲିସ ପେଟ୍ରୋଲିଂ କରୁଥିବା ବେଳେ କୌଣସି ସୁତ୍ର ରୁ ଖବର ପାଈ ହାର୍ଭେଷ୍ଟର ଲୋଡ଼ିଂ ଥିବା ଏକ ଇଚର କମ୍ପାନୀ ଟ୍ରାକ୍ଟର ୩୮୦ କୁ ଯାଞ୍ଚ କରି ସେଥିରୁ ୪ କ୍ଵିଣ୍ଟାଲ ୬୫ କେଜି ଗଞ୍ଜେଇ ଜବତ କରିଛି। ଯାହାର ମୂଲ୍ୟ ୧୫ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ସୂଚନା ମିଳିଛି। ସୋନପୁର ଥାନା ଭାରପ୍ରାପ୍ତ ଅଧିକାରୀ ଲୋକନାଥ ସାହୁ ଙ୍କ ନେତୃତ୍ୱରେ ଏକ ସ୍ପେଶାଲ୍ ସ୍କ୍ୱlର୍ଡ ଆଜି ଏଇ ଟ୍ରାକ୍ଟର ସହ ଗଞ୍ଜେଇ ଜବତ କରି ଅଭିଯୁକ୍ତ ବୌଦ୍ଧ ଜିଲ୍ଲା ମନମୁଣ୍ଡl ଥାନା ଅନ୍ତର୍ଗତ ଖଟଖଟିଆ ଗ୍ରାମର ଯୁବକ ରିଲୁ ବିଶି (୨୪) ଓ ଯୁବକ ମାନସ ଭୋଇ (୨୨)ଙ୍କୁ ସୋନପୁର ପିଏସ କେଶ ନମ୍ୱର୍ ୧୧୯ ତାରିଖ ୨୩-୦୩-୨୪ (us 20 ) b ii c ୨୫/୨୯ ଧାରା ରେ ଗିରଫ କରିଛି। ଏ ଘଟଣା ନେଇ ସୋନପୁର ପୋଲିସ ଷ୍ଟେସନରେ ସୁବର୍ଣ୍ଣପୁର ଏସପି ଶ୍ରୀ ୟସ୍ ପ୍ରତାପ ଶ୍ରୀମାଲଙ୍କ ନେତୃତ୍ୱ ରେ ଆଇଆଇସି ଲୋକ ନାଥ ସାହୁ ଙ୍କ ଉପସ୍ଥିତି ରେ ଏକ ସାମ୍ୱାଦିକ ସମ୍ମିଳନୀ ଅୟୋଜନ କରାଯାଇ ଏସପି ଶ୍ରୀମାଲ ସମସ୍ତ ସୂଚନା ଦେଇଛନ୍ତି। ନୂତନ ଏସପି ଶ୍ରୀ ଶ୍ରୀମାଲ ଙ୍କ ତତ୍ୱାବଧାନରେ ଏବଂ ଥାନା ଅଧିକାରୀ ଶ୍ରୀ ସାହୁ ଙ୍କ ସ୍ପେସାଲ ସ୍କ୍ୱାର୍ଡଙ୍କ ଉଦ୍ୟମରେ ଆଜି ଜିଲ୍ଲା ପୋଲିସ କୁ ଏକ ରେକର୍ଡ ସଫଳତା ମିଳିଥିବାରୁ ବୁଦ୍ଧିଜୀବୀ ପ୍ରଶଂସା କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.