ଯୁବତୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଳକ ଆମପାଣି ଥାନା କୁଟୁରୁ ଗାଁ ଜଙ୍ଗଲ ନିକଟସ୍ଥ ଚାଷ ଜମିରୁ ଶନିବାର ଜଣେ ଯୁବତୀକ ଝୁଲନ୍ତା ମୃତ ଦେହ ପୁଲିସ ଉଦ୍ଧାର କରିଛି। ମୃତ ଯୁବତୀ କୁଟୁରୁ ଗ୍ରାମର ଲକି ଦୁର୍ଗାଙ୍କ ଝିଅ ସୂବର୍ଣ୍ଣ ଦୁର୍ଗା(୧୮) ବୋଲି ଜଣାପଡ଼ିଛି। ପରିବାର ଲୋକଙ୍କ କହିବା ଅନୁଯାୟୀ ଗତ କିଛିଦିନ ତଲେ ସୁବର୍ଣ୍ଣ ପଡୋଶୀ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକର ଟେମରା ଗ୍ରାମର ଏକ ଯୁବକଙ୍କୁ ପ୍ରେମ ବିବାହ କରିଥିଲେ, ତେବେ ଉକ୍ତ ଯୁବକ ସୁବର୍ଣ୍ଣ କୁ ଛାଡ଼ି ଦେଇଥିବାରୁ ତାଙ୍କ ବାପ ଘରେ ସେ ରହୁଥିଲେ। ଶୁକ୍ରବାର ସକାଳୁ ସୁବର୍ଣ୍ଣ ଜଙ୍ଗଲ ନିକଟସ୍ଥ ଚାଷ ଜମି ଆଡକୁ ମହୁଲ ଗୋଟେଇବା ପାଇଁ ଯାଇ ଦିର୍ଘ ସମୟ ପର୍ଯ୍ୟନ୍ତ ଘରକୁ ଫେରି ନଥିଲେ। ତେବେ ମହୁଲ ଗୋଟେଇବା ପାଇଁ ଯାଇଥିବା ଅନ୍ୟ କିଛି ଲୋକ ସନ୍ଧ୍ୟାରେ ଘରକୁ ଫେରିବା ସମୟରେ ସୁବର୍ଣ୍ଣ ଙ୍କ ମୃତଦେହ ଏକ ଗଛରେ ଝୁଲଥିବା ଦେଖିବାକୁ ପାଇ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଆମପାଣି ପୁଲିସ ଶନିବାର ସକାଳେ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ପରେ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନାକୁ ପଠାଇଥିଲେ। ପୁଲିସ ପ୍ରାଥମିକ ତଦନ୍ତ ପରେ ଆତ୍ମହତ୍ୟା ବୋଲି ସନ୍ଦେହ କରିଥିବା ବେଳେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ଜଣାପଡି ନାହିଁ। ଏନେଇ ଆମପାଣି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିବା ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବାପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.