ପୁରୁଷୋତ୍ତମପୁର ରାଜ ଦୀପ ଢ଼ାବା ସମ୍ମୁଖ ଗଛରେ ଯୁବକଙ୍କ  ଆତ୍ମହତ୍ୟା

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ଠାରୁ ଆସିକା ଯିବା ରୋଡ଼ରେ ଥିବା ରାଜଦୀପ ଢ଼ାବା ସମ୍ମୁଖ ଏକ ଗଛରେ ଅଶୋକ ପ୍ରଧାନ (୩୨) ଗଛରେ ଗାମୁଛା ଲଗାଇ ଆତ୍ମ ହତ୍ୟା କରିଥିବାର ଦେଖି ବାକୁ ମିଳିଛି | ସେ ଗଛରେ ଝୁଲୁ ଥିବାରୁ ଦେଖି ପୁରୁଷୋତ୍ତମପୁର ଅଞ୍ଚଳର କିଛି ଲୋକ ଥାନାକୁ ଖବର ଦେଇଥିଲେ | ଥାନା ଷ୍ଟାଫ ତାଙ୍କର ପରିଚୟ ପାଇଲା ପରେ ତାଙ୍କ ଘର ଲୋକଙ୍କୁ ଜଣାଇ ଥିଲେ | ତାଙ୍କର ବାପାଙ୍କ ନାମ ତ୍ରିନାଥ ପ୍ରଧାନ, ଅଶୋକଙ୍କ ଦୁଇଟି ସନ୍ତାନ ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି ତେବେ କେଉଁ କାରଣରୁ ସେ ଆତ୍ମ ହତ୍ୟା କଲେ ନା ତାଙ୍କୁ ମାରି ଗଛରେ ଟଙ୍ଗାଇ ଦିଆ ଯାଇଛି ତାହା ପୋଲିସର ତଦନ୍ତ ପରେ ଜଣା ପଡିବ | ତେବେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି | ଅଶୋକଙ୍କ ଦାଦା ପୁଅ ଭାଇ ସୁଦାମ ପ୍ରଧାନ ଥାନାରେ ପହଞ୍ଚି ଏଫଆର ଦେଇଛନ୍ତି ଓ ଶବକୁ ଗ୍ରହଣ କରି ଶବ ବ୍ୟବଛେଦ ଘରକୁ ନେଇ ରଖାଯାଇଛି | ଆସନ୍ତା କାଲି ବ୍ୟବଛେଦ ପରେ ପରିବାରଙ୍କୁ ଶବ ହସ୍ତାନ୍ତର କରାଯିବ ବୋଲି ଥାନା ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି | ପୋଲିସର ତଦନ୍ତ ପରେ ପ୍ରକୃତ ଖବର ଜଣା ପଡିବ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି | ତେବେ ସବୁ ମଧ୍ୟରେ ଅଶୋକ ଙ୍କ ଦୁଇଟି ନିଷ୍ପାପ ଶିଶୁଙ୍କ ଅବସ୍ଥା ଦେଖି ସମସ୍ତ ବନ୍ଧୁ ବାନ୍ଧବ ଚିନ୍ତାରେ ଅଛନ୍ତି | ଅଶୋକଙ୍କ ବାପା ତ୍ରିନାଥ ପ୍ରଧାନଙ୍କ ସମେତ ସମସ୍ତ ପରିବାର ଏହି ଦୁଃଖରେ ଭାଙ୍ଗି ପଡିଛନ୍ତି, କାରଣ ଦୁଇଟି ଛୋଟ ଛୋଟ ପିଲାଙ୍କ ଭବିଷ୍ୟତ କଣ ହେବ ତାଙ୍କ ପରିବାର କେମିତି ଚାଲିବ ବୋଲି ଦୁଃଖରେ କାନ୍ଦି କାନ୍ଦି ସ୍ତବ୍ଧ ହୋଇଯାଇଛନ୍ତି | ଏବଂ ବେଗୁନିଆପଡାର ଚନ୍ଦନ ପୁର ଗ୍ରାମ ସମେତ ଆଖ ପାଖ ଗ୍ରାମର ଲୋକ ଏହି ଖବର ଶୁଣି ସ୍ତବ୍ଧ ହୋଇଯାଇଛନ୍ତି | ପୁରୁଷୋତ୍ତମପୁର ଅଞ୍ଚଳରେ ଏହି ୧୦ ଦିନ ମଧ୍ୟରେ ସେହିଁ ସ୍ଥାନରେ ଦୁଇ ଦୁଇ ଆତ୍ମହତ୍ୟା ଘଟଣାକୁ ଦେଖି ଅଞ୍ଚଳ ବାସି ଚିନ୍ତାରେ ପଡି ଯାଇଛନ୍ତି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.