କଳାହାଣ୍ଡି ବଞ୍ଜରା ସମାଜ ନାରୀ ସେବା ସଂଘର ବୈଠକ 

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ବଡ ପୁଝାରୀଗୁଡା ଭାରତୀୟ ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ କଳାହାଣ୍ଡି ଜିଲ୍ଲା ବଞ୍ଜରା ସମାଜର ନାରୀ ସେବା ସଙ୍ଘ ବୈଠକ ଯୁବା ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ବଞ୍ଜରା ସମାଜ ସେବା ସଙ୍ଘର ସଭାପତି ତୁଲାରାମ ନାଏକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ କଳାହାଣ୍ଡି ବଞ୍ଜରା ସେବା ସଙ୍ଘର ସମ୍ପାଦକ ବୁଦ୍ଧିରାମ ନାଏକ, କଳାହାଣ୍ଡି ବଞ୍ଜରା ସମାଜର ନାରୀ ସେବା ସଙ୍ଘ ସଭାନେତ୍ରୀ ଯୁବା ନାଏକ, ସମ୍ପାଦିକା ସୁମିତ୍ରା ନାଏକ, କୋଷାଧ୍ୟକ୍ଷ କୌଶଲ୍ୟା ନାଏକ, ଯୋଗ ଦେଇଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ପ୍ରମଲାଲ ନାଏକ, ଆଶାରାମ ନାଏକ, ଅମର ସିଂ ନାଏକ, ତୁଲସୀରାମ ନାଏକ, ପ୍ରମୁଖ ମଞ୍ଚାସୀନ ରହିଥିଲେ। ଏହି ଅବସରରେ ବଡ ପୁଝାରୀଗୁଡା ଗ୍ରାମରେ ନୂତନ ନାରୀ କମିଟି ଗଠନ କରାଯାଇଥିଲା। ଏହି କମିଟିରେ ବବିତା ନାଏକ ସଭାନେତ୍ରୀ ଭାବରେ ମନୋନୀତ ହୋଇଥିବା ବେଳେ ସମ୍ପାଦିକା ଭାବରେ ଦମୟନ୍ତୀ ନାଏକ, କୋଷାଧ୍ୟକ୍ଷ ପ୍ରଭାସିନୀ ନାଏକ, ସହ ସମ୍ପାଦିକା ମିନାକ୍ଷୀ ନାଏକ ଏବଂ ସହ ସଭାନେତ୍ରୀ ଭାବରେ ମଞ୍ଜୁଲତା ନାଏକ ମନୋନୀତ ହୋଇଥିଲେ। ବଞ୍ଜରା ସମାଜରେ ନାରୀ ସଶକ୍ତିକରଣ ଶିକ୍ଷା, ସ୍ବାସ୍ଥ୍ୟ, ପରିବେଶ ଓ ସମାଜର ରୀତିନୀତି ଚାଲିଚଳନକୁ ନେଇ ସମାଜରେ ସଚେତନ କରିବା ଏହି କମିଟିର ମୂଳ ଉଦ୍ଦେଶ୍ୟ ବୋଲି ସଭାରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.