ରିଷିଡାରେ ଚୈତ୍ର ମହୋତ୍ସବ ଆରମ୍ଭ, ଦେବୀଙ୍କ ନଗର ପରିକ୍ରମା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କର୍ଲାମୁଣ୍ଡା ବ୍ଲକ ରିଷିଡା ସ୍ଥିତ ମାଁ ତାରିଣୀ ଶୈବ ଶକ୍ତି ପୀଠ ଠାରେ ଆଜିଠାରୁ ଆରମ୍ଭ ହୋଇଛି ୧୩ତମ ଚୈତ୍ର ମହୋତ୍ସବ ଓ ଝାମୁଯାତ୍ରା। ଗତକାଲି ଅଧିବାସ କର୍ମ ସଂପାଦନ ପରେ ଆଜି ପୀଠର ଦେବାଦେବୀ କାଳିସୀଙ୍କ ଠାରେ ଆର୍ବିଭୂତ ହୋଇ ରିଷିଡା ନଗର ପରିକ୍ରମା କରିଥିଲେ। ତାରା, ତାରିଣୀ, କାଳୀ, ଶିବ, ହନୁମାନ ଆଦି ଦେବାଦେବୀଙ୍କ ସହ ଛତର ମଧ୍ୟ ପରିକ୍ରମା କରିଥିଲା। ତାରିଣୀ ପୀଠରୁ ସଲଣ୍ଡିଆମୁଣ୍ଡା ହନୁମାନ ମନ୍ଦିର ପର୍ଯ୍ୟନ୍ତ ଦେବାଦେବୀ ଆସିଥିଲେ। ପ୍ରତ୍ୟେକ ଘରେ ଝୋଟି ଦେଇ କଳସ ସ୍ଥାପନ କରି ପୂଜାର୍ଚ୍ଚନା କରିଥିଲେ। ପୀଠର ପୂଜକ ରଂଜନ ରଣା, ସୂର୍ଯ୍ୟମଣି ରଣା, ଶେଷଦେବ ରଣା, ବିଷ୍ଣୁ ରଣା, ହରି ବାରିକ, ପିତାମ୍ବର ରଣା, ମହିମା ରଣା, ହୃଦାନନ୍ଦ ମଲ୍ଲିକ ପ୍ରମୁଖ ପୂଜାକାର୍ଯ୍ୟ ସଂପାଦନ କରିଥିଲେ। ମନ୍ଦିର କମିଟିର ସଭାପତି କୈଳାସ କୁମୁରା, ଉପସଭାପତି ସୁଶାନ୍ତ ମଲ୍ଲିକ, ସଂପାଦକ କୁଂଜବିହାରୀ ରଣା, ସହ ସଂପାଦକ ଲମ୍ବୋଦର ରଣା, କୋଷାଧ୍ୟକ୍ଷ ମହେନ୍ଦ୍ର ପ୍ରଧାନୀଙ୍କ ତତ୍ୱାବଧାନରେ ଯାତ୍ରା ଅନୁଷ୍ଠିତ ହେଉଛି। ଶନିବାର ଝାମୁଯାତ୍ରା ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୂଚନା ରହିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.