ବିଏସପିର ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ଥୁଆମୂଳ ରାମପୁର (ପ୍ରଦୀପ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ଥୁଆମୂଳ ରାମପୁର ବହୁଜନ ସମାଜ ପାର୍ଟି ପକ୍ଷରୁ ସ୍ଥାନୀୟ ବାଗଡିଆଣି ଛକ ଠାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ବ୍ଳକ ସଭାପତି ସୋମନାଥ ନାଏକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ପ୍ରାୟ ଶତାଧିକ ବ୍ଳକ କର୍ମୀ ଉପସ୍ଥିତ ଥିଲେ। ସାଧାରଣ ନିର୍ବାଚନରେ ବିଜେଡି, ବିଜେପି ଓ କଂଗ୍ରେସ ଦଳକୁ କଡ଼ା ମୁକାବିଲା କରିବା ପାଇଁ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ବହୁଜନ ସମାଜ ପାର୍ଟି ତାର ରଣନୀତି ପ୍ରସ୍ତୁତ କରିଥିବା ଉଲ୍ଲେଖ କରିଛି। ବିଧାୟକ ପ୍ରାର୍ଥୀ ଭାବରେ ଏହି ଅଞ୍ଚଳର ଯୁବ ଆଦିବାସୀ ନେତା ମୋହନ ସିଂ ମାଝୀଙ୍କୁ ଦଳ ଟିକେଟ ଦେଇ ଥିବା ଯୋଗୁଁ ଯୁବ ଗୋଷ୍ଠୀଙ୍କ ମହଲରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି। ଏଥି ସହିତ ବ୍ଲକ ସଭାପତି ଶ୍ରୀ ନାଏକ ସମସ୍ତଙ୍କ ସହଯୋଗ କାମନା କରିବା ସହିତ ପୁର୍ଣ୍ଣ ସମର୍ଥନ ମଧ୍ୟ ଜରୁରୀ ବୋଲି ମତ ପ୍ରକାଶ କରିଥିଲେ। ସ୍ଥାନୀୟ ପ୍ରାର୍ଥୀତ୍ବ ଉପରେ ଥୁଆମୂଳ ରାମପୁର ବ୍ଳକର ସର୍ବାଧିକ ଭୋଟ ବିଧାୟକ ପ୍ରାର୍ଥୀଙ୍କୁ ଦଳୀୟ ହାତୀ ଚିହ୍ନରେ ଭୋଟ ଦେବା ପାଇଁ କର୍ମୀ ମାନଙ୍କ ସହିତ ଆଲୋଚନା ଏବଂ ନିଷ୍ପତ୍ତି ନେଇଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଜୟସେନ ନାଏକ, ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ମୋହନ ସିଂ ମାଝୀ, ଯୌବନ ନାଏକ, ରାଧାକାନ୍ତ ନାଏକ, ପର୍ଶୁରାମ ଛତ୍ରିଆ, ଧନ ପତି ନାଏକ, ରୁକ୍ତାମାଝୀ, ନାଇକୁ ମାଝୀ ପ୍ରମୁଖ ସଦସ୍ୟ ଏହି ସମ୍ବର୍ଦ୍ଧନା ସଭାରେ ଯୋଗଦେଇ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.